ଜୁନିୟର ଇଞ୍ଜିନିୟର ଜୟନାରାୟଣ ବାଗ ୨୨ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ଦୁରୁପଯୋଗ କରିଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ

4

ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):-ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକର ଜୁନିୟର ଇଞ୍ଜିନିୟର ଶ୍ରୀ ଜୟନାରାୟଣ ବାଗଙ୍କୁ ଓଡ଼ିଶା ଭିଜିଲାନ୍ସ ୨୨,୧୬,୦୭୨ ଟଙ୍କା ସରକାରୀ ଅର୍ଥ ଦୁରୁପଯୋଗ କରିଥିବା ଅଭିଯୋଗରେ ଗିରଫ କରିଛି। ସେ ବେଲପଡା ଗ୍ରାମପଞ୍ଚାୟତ ଅଞ୍ଚଳରେ ଥିବା ପୋଖରି ପୁନରୁଦ୍ଧାର କାମ ସମ୍ପର୍କିତ ଭୁଲ ମାଷ୍ଟର ରୋଲ ପ୍ରସ୍ତୁତ କରି, ମାପ ଭୁଲାଇ ଦେଇ ଓ କାମ ନ କରି ଟଙ୍କା ଉଠାଇ ଦୁରୁପଯୋଗ କରିଥିଲେ। ଏହି ଅନିୟମିତତା ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଘଟିଥିଲା।
ଭିଜିଲାନ୍ସ ତଦନ୍ତରେ ଜଣାପଡିଛି ଯେ ତାଙ୍କ ଦ୍ୱାରା ଦର୍ଶାଯାଇଥିବା ୫ଟି ପୋଖରୀ ମଧ୍ୟରୁ ଗୋଟିଏ ପୋଖରୀ ୨୦୨୩-୨୪ରେ ପୁନରୁଦ୍ଧାର ହୋଇଛି ଆଉ ୪ ଟି ପୋଖରୀ ର ଅସ୍ତିତ୍ବ କିଛି ନାହିଁ ଖାଲି ଟଙ୍କା ଆତ୍ମସାତ କରାଯାଇଛି।
ଏହି ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଥାନା କେସ ନମ୍ବର ୨୩, ତାରିଖ ୯.୧୧.୨୫, ଧାରା 13(2) ପଠିତ 13(1)(a) ଦୁର୍ନୀତି ନିରୋଧ (ସଂଶୋଧନ) ଅଧିନିୟମ, 2018/316/336(3)/340(2) BNS ଅନୁଯାୟୀ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତ ଜୟନାରାୟଣ ବାଗ ଙ୍କୁ ଗତକାଲି ବଲାଙ୍ଗୀର ବିଶେଷ ନ୍ୟାୟାଳୟ (ଭିଜିଲାନ୍ସ) ସମ୍ମୁଖରେ ଉପସ୍ଥାପିତ କରାଯାଇଛି। ମାମଲା ସମ୍ପର୍କରେ ତଦନ୍ତ ଚାଲିଛି।

Leave A Reply

Your email address will not be published.