କେନ୍ଦୁଝର,ତା୧୦/୧୧- କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ସର୍ବପୁରାତନ ଭୀମକାଣ୍ଡ ନୂଆସାହିର ୧୦୩ ତମ ରାହାସ ପର୍ବ ଉଦଯାପିତ ହୋଇଯାଇଛି।ଚଳିତବର୍ଷ ନାନା ରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ଶ୍ରୀରାଧାକୃଷ୍ଣଙ୍କ ଶୋଭାଯାତ୍ରାରେ ଗାଁ ଦାଣ୍ଡ ଝଲସି ଉଠିଥିଲା। ଏହା ସାଙ୍ଗକୁ ସୋନପୁରର ମେହେର ପ୍ରୋସେଶନ ଗ୍ରୁପ ଲୋକଙ୍କ ମନ ମୋହିଛି।ଗାଁ କୋଠଘରେ ପ୍ରତି ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ଓ ପୁରାଣ ପାଠ କରାଯାଏ।କାର୍ତ୍ତିକ ମାସରେ ସ୍ବତନ୍ତ୍ର ଭାବେ ମାସ ତମାମ ପ୍ରାତଃ ସମୟରେ ନାମ ସଂକୀର୍ତ୍ତନ ସହିତ ସନ୍ଧ୍ୟାରେ ଭାଗବତ ପୁରାଣ ପାଠ କରାଯାଇଥାଏ।ଚତୁର୍ଥୀ ଦିନ ରାହାସ ଉତ୍ସବ ପାଳନ କରାଯାଇ ଆସୁଛି।ଆବାହମାନ କାଳରୁ ଏହି ଚତୁର୍ଥୀ ଦିନ ରାହାସ ମଣ୍ଡପରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ ଓ ସନ୍ଧ୍ୟାରେ ଶ୍ରୀରାଧାକୃଷ୍ଣ ଯୁଗଳ ମୂର୍ତ୍ତିକୁ ସୁସଜ୍ଜିତ ବିମାନରେ ଗାଁ ପରିକ୍ରମା କରାଯାଇ ଆସୁଛି।ଚଳିତବର୍ଷ ଗାଁ ପରିକ୍ରମା ଶୋଭାଯାତ୍ରାରେ ସଂକୀର୍ତ୍ତନ,ଲଉଡି ଖେଳ,ଢୋଲ ନିଷାଣ ସହିତ ସୋନପୁର ଜିଲ୍ଲାର ମେହେର ପ୍ରୋସେଶନ ଗ୍ରୁପ ସୁନ୍ଦର ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶହ ଶହ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ଘରେ ଘରେ ଅତିଥିଙ୍କ ଅଭ୍ୟର୍ଥନା ସାଙ୍ଗକୁ ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରି ଅଭ୍ୟର୍ଥନା। ରାତିରେ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗ୍ରାମର ବରିଷ୍ଠ ନାଗରିକ ସନାତନ ସାହୁ,ଦାଶରଥି ବେହେରା,ଦିବାକର ସାହୁ,ଧରଣୀଧର ବେହେରା,ଗୋବର୍ଦ୍ଧନ ସାହୁ, ହୃଦାନନ୍ଦ ବେହେରା,ଲଳିତ ବେହେରା,ମିଟୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.