ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଆଜି ଶଗଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ ଓ ଆର୍ଥିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ବିବେକାନନ୍ଦ ମହାନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପୋଷ୍ଟାଲ ସହକାରୀ ସୁପରିଟେନଡେଣ୍ଟ ସଞ୍ଜୟ କୁମାର ଦୋରା, ଡି.ପି.ଏଲ.ଆଇ. ଅଭିଷେକ ପଣ୍ଡା,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ରେ ଭଲ ପାଠ ପଢି ଶିକ୍ଷା ଗ୍ରହଣ କରିବା ସହିତ କିପରି ଆର୍ଥିକ କ୍ଷେତ୍ରରେ ସଚେତନ ହୋଇ ନିଜର ଆଗାମୀ ଭବିଷ୍ୟତ ପାଇଁ ଆର୍ଥିକ ସ୍ଥିତିର ସୁଧାର ଆଣିବା ଦିଗରେ ଜାତୀୟ ବ୍ୟାଙ୍କ, ପୋଷ୍ଟାଲ ଅଫିସ ମାଧ୍ୟମରେ ସ୍ୱଳ୍ପ ସଞ୍ଚୟ କରି ଲାଭବାନ ହୋଇପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଡାକଘର ମାଧ୍ୟମରେ ଉପଲବ୍ଧ ହେଉଥିବା ବିଭିନ୍ନ ସ୍କିମ ବିଷୟ ରେ ସୂଚନା ଦେବା ସହିତ ସଞ୍ଚୟ ଖାତା ଖୋଲି ତାର ଲାଭ କିପରି ଉଠାଇ ପାରିବେ ସେ ସମ୍ପର୍କରେ ଅତିଥି ମାନେ ଅବଗତ କରାଇଥିଲେ । ବର୍ତ୍ତମାନ ବହୁ ମାତ୍ରାରେ ସାଇବର୍ ଅପରାଧ ଘଟୁଥିବାରୁ ଏଥିପ୍ରତି ଛାତ୍ରଛାତ୍ରୀମାନେ ସଚେତନ ହୋଇ ନିଜର ସ୍ମାର୍ଟ ଫୋନ ବ୍ୟବହାର ସମୟରେ ଅଧିକ ସଚେତନତା ଅବଳମ୍ବନ କରିବା ପାଇଁ ମଧ୍ୟ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଦରୱାନ ଓ ଅନ୍ୟ ଅତିଥିମାନେ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କରିଥିଲେ ଏବଂ ବୃକ୍ଷ ରୋପଣ କରି ପରିବେଶକୁ ସ୍ଵଚ୍ଛ ସବୁଜ ସୁନ୍ଦର ରଖିବା ଦିଗରେ ଯତ୍ନବାନ୍ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଶ୍ରୀ ମହାନନ୍ଦ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ବନିତା ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post