ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସି ଏଚ ସି ମାତୃ ଓ ଶିଶୁ ଡାକ୍ତର ଖାନରେ ଅଭାବନୀୟ ପରିସ୍ଥିତି। ହସ୍ପିଟାଲ ରେ ରୋଗୀ ପ୍ରବଳ ଭିଡ଼ ହେଲେ ଡାକ୍ତର ବାବୁ ଚିକିତ୍ସା କରୁଛନ୍ତି ଘରୋଇ ମେଡିକାଲ ରେ।ଏଠାକାର ସରକାରୀ ହସ୍ପିଟାଲ ରେ ଓ ପି ଡି ସମୟ ସକାଳ ୭ଟା–୧୧ଟା ଥିବା ବେଳେ, କିନ୍ତୁ ଶିଶୁ ଡାକ୍ତର ସକାଳ ୯ ଟା ୪୨ ପର୍ଯ୍ୟନ୍ତ ନିଜର କେବିନ୍ ରେ ନଥିବା ଦେଖିବାକୁ ମିଳିଥିଲା । ଶିଶୁ ଡାକ୍ତର ଶାନ୍ତନୁ କୁମାର ମେହେର ଡୁଙ୍ଗୁରିପାଲି ର ବିଭିନ୍ନ ଘରୋଇ ମେଡିକାଲ ରେ ରୋଗୀ ଦେଖାରେ ବ୍ୟସ୍ତ ରହି ବିଳମ୍ବ ରେ ଆସି ରୋଗୀ ଦେଖିବା ଆରମ୍ଭ କରିଥିଲେ । ଅନେକ ନବଜାତ ଶିଶୁ ଏବଂ ତାଙ୍କର ସମ୍ପର୍କୀୟ ସକାଳୁ ଆସି ଡାକ୍ତରଙ୍କ ଆସିବା ବାଟକୁ ଚାତକ ପରି ଚାହିଁ ରହିଥିଲେ। ନବଜାତ ଶିଶୁ ଓ ଛୋଟ ଶିଶୁ ଙ୍କ ଅବସ୍ଥା ବେହାଲ। ଏ ସଂପର୍କ ରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିଲା ନାହିଁ । ଏହା ସରକାରୀ ଡ୍ୟୁଟିର ଗୁରୁତର ଅବହେଳା ଓ ଗରିବ ରୋଗୀଙ୍କ ପାଇଁ ଅନ୍ୟାୟ। ସାଧାରଣ ଲୋକଙ୍କର ସରକାରୀ ସ୍ୱାସ୍ଥ୍ୟ ପ୍ରତି ବିଶ୍ୱାସ କ୍ଷୀଣ ହେଉଛି।
Sign in
Sign in
Recover your password.
A password will be e-mailed to you.