ବୁଲା ଗାଈ ଗୋରୁଙ୍କ ସେବାରେ କାମଧେନୁ ଗୋସେବା ଟ୍ରଷ୍ଟ ସମର୍ପିତ।

4

 ସ୍ଥାୟୀ ଗୋଶାଳା ଆରମ୍ଭ ଲାଗି ବୈଠକ ଅନୁଷ୍ଠିତ।               

  କେନ୍ଦୁଝର,ତା୮/୧୧- ସ୍ଥାନୀୟ ସହିଦ ସଦନ ଠାରେ ଗୋସେବାକୁ ବ୍ରତ କରିଥିବା କାମଧେନୁ ଗୋସେବା ଟ୍ରଷ୍ଟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ବୁଲା ଗାଈ ଗୋରୁଙ୍କ ସେବା ତଥା ଥଇଥାନ ଲାଗି ଏକ ସ୍ଥାୟୀ ଗୋଶାଳା କରିବାକୁ ସମସ୍ତଙ୍କ ପରାମର୍ଶ ଓ ସହଯୋଗ ନେବାକୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକରେ ବରିଷ୍ଠ ଡାକ୍ତର ତଥା ସମାଜସେବୀ ଡାକ୍ତର ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରି ଥିଲେ, ଜଗନ୍ନାଥଙ୍କ ପାଖେ ପ୍ରାରମ୍ଭିକ ଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କାମଧେନୁ ଗୋସେବା ଟ୍ରଷ୍ଟର ସେଟଲର ମୋନାଲିସା ଦାଶ ସଭା ପରିଚାଳନା କରି ଗୋସେବାକୁ ଜୀବନର ବ୍ରତ ବୋଲି କହିଥିଲେ। ଏଥିଲାଗି ବିଭିନ୍ନ ଆଡ଼େ ବୁଲି ଗୋସେବା କଲା ପରେ ସ୍ଥାୟୀ ଗୋଶାଳା ଲାଗି ସ୍ଥାନ ଖୋଜୁଥିବା ସେ ଜଣାଇଥିଲେ, ପୁଣି କହିଥିଲେ କି ଅପାତତଃ ସହର ନିକଟରେ ଏହି ଗୋଶାଳା ହେବାକୁ ଯାଉଛି। ସମସ୍ତେ ଏକଥା ଜାଣି ଖୁସି ପ୍ରକଟ କରି ସ୍ୱାଗତ କରିଥିଲେ। ଲୋକେ ରାସ୍ତାରେ ଗୋରୁ ଛାଡୁଛନ୍ତି ହେଲେ ଦୁର୍ଘଟଣା ହେଲେ ଅସହାୟ ହୋଇ ନେଉନାହାନ୍ତି, ପୁଣି ନାଗପାଳିକାର ସବୁ କାଞ୍ଜିଆହୁଦା ଏବେ ବନ୍ଦ ତେଣୁ ଗୋରୁଙ୍କୁ ଥଇଥାନ କରିବା କାଠିକର ପାଠ ହେଉଛି। ଭାରତରେ ଗାଈକୁ ପୂଜା କରାଯାଏ ତେଣୁ ଏପରି ଅବହେଳା ଆଉ ବରଦାସ୍ତ କରାଯିବନି ବୋଲି ଶ୍ରୀମତୀ ଦାଶ କହିଥିଲେ ତେଣୁ ସ୍ଥାୟୀ ଗୋଶାଳା ଲାଗି ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଏହି ସଭାରେ ଟ୍ରଷ୍ଟ ସଦସ୍ୟ ସରୋଜ ଦାଶ ବିବରଣୀ ପାଠ କରିଥିଲେ। ଏହି ବୈଠକରେ ଅନ୍ୟତମ ଟ୍ରଷ୍ଟ ସଦସ୍ୟ ହିତେଶ ରାଠୋର ଓ ଫଣୀ ଭୂଷଣ ବିଶ୍ୱାଳ ଉପସ୍ଥିତ ରହି ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭୁତି ଭୂଷଣ ଦାଶ, ଦେବରାଜ ଆଚାର୍ଯ୍ୟ, ଡକ୍ଟର ଶଶୀକାନ୍ତ ଜେନା, ଜଗଦୀଶ ରାଠୋର,ଲକ୍ଷ୍ମୀଧର ନାଏକ, ଡାକ୍ତର ଜଗଦୀଶ ମହାନ୍ତ,ସୌମ୍ୟ ସାହୁ,ଦିବ୍ୟ ପ୍ରସାଦ ବାରିକ, ସତ୍ୟଜିତ ସାମନ୍ତରାୟ,ଦୁର୍ଯ୍ୟୋଧନ ମହାନ୍ତ, ପ୍ରତାପ କୁମାର ଝରା,ରତ୍ନମଣି ସେଠୀ,ସୁବ୍ରତ ମହାନ୍ତି, ମହେନ୍ଦ୍ର ସାହୁ,ବିଭୁ ଅର୍ଚ୍ଚନା ରାଉତରାୟ, ଗିରିଜା ମିଶ୍ର ଆଦି ଉପସ୍ଥିତ ରହି ନିଜର ମୂଲ୍ୟବାନ ମତାମତ ରଖିଥିଲେ।

Leave A Reply

Your email address will not be published.