କୁତ୍ରାରେ ବେଆଇନ ମଦ କାରବାର

4

ରାଜଗାଙ୍ଗପୁର.କୁତ୍ରା ୦୬-୧୧-୨୫.(ବିଷ୍ଣୁ ଭୋମିକ): ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁତ୍ରା ବ୍ଲକ ଅଞ୍ଚଳରେ ଗଙ୍ଗାଜଳ, ଗଡପୋଷ, କୁତ୍ରା, ରାଞ୍ଚିରୋଡ଼, ଗମାଢି ଅଞ୍ଚଳରେ ଥ୍ବା ଢ଼ାବା ଗୁଡିକରେ ଦିନକୁ ଦିନ ବେଆଇନ ବିଦେଶୀ ମଦ କାରବାର ବଢ଼ି ଚାଲିଛି । ଅବକାରୀ ବିଭାଗ ଓ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରି ଖୁଲମ ଖୁଲା ନିଶା କାରବାର ବଢ଼ି ଚାଲିଛି । ଏପରିସ୍ଥଳରେ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି।

ଅବକାରୀ ଓ ପୋଲିସ ବିଭାଗ ପାଇଁ ଏହି ବ୍ୟବସାୟୀଙ୍କ ଦିନକୁ ଦିନ ବଢୁଥିବା ଅଭିଯୋଗ ହେଉଛି। ଫଳରେ ଚୋରା କାରବାର କରୁଥିବା ଢ଼ାବା ମାଲିକଙ୍କୁ ଗିରଫ କରିବା ସହଜ ହେଉନି I ଯୁବକ ମାନେ ନିଶା ଖାଇ ଅପରାଧ ଘଟାଉଛନ୍ତି, ଚୋରି, ଛିନତାଇ, ଡକାୟତି, ଲୁଟ, ମରଣାନ୍ତକ ଆକ୍ରମଣ ହେଉଛି ।

ତଳେ ଚାଲିଛି ଢ଼ାବା ଗୁଡିକରେ ନିଶା କାରବାର ମଞ ବଢି ଚାଲିଛି। ମଦ ଯୋଗୁ ପାରିବାରିକ କଳହ ଛୋଟ ବଡ଼ ହିଂସାକାଣ୍ଡ ଘଟୁଛି । କୁତ୍ରା ବ୍ଲକ ଅଞ୍ଚଳର ରାସ୍ତା କଡ଼ ଢ଼ାବା ଗୁଡିକରେ ବ୍ୟାପକ ମାତ୍ରାରେ ଖୁଲମ ଖୁଲା ଭାବେ ମଦ ବିକ୍ରି କରି ଚାଲୁଥିବା ବେଳେ ଅବକାରୀ ବିଭାଗ ଚେଇଁ ଶୋଇଛି। ବେଆଇନ ମଦ ବିକ୍ରିକୁ ନେଇ ବନ୍ଦ କରା ନଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ମଦ୍ୟପଙ୍କ ସଂଖ୍ୟା ପାଣି ଲହଳି ଭଳି ମାଡି ଆସୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ || ଏ ସଂକ୍ରାନ୍ତରେ ଯଦି ଅବକାରୀ ବିଭାଗ ଅତିଶୀଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି |

Leave A Reply

Your email address will not be published.