ନବରଙ୍ଗପୁର ତା ୭.୧୧: ୨୦୨୫:ଅଶୋକ ସାହୁ,ରାଷ୍ଟ୍ରୀୟ ଚେତନାର ପ୍ରତୀକ ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ୍ ମନ୍ତ୍ର ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ (ଯାହା ୭ ନଭେମ୍ବର ୧୮୭୫ ରେ ଶ୍ରୀ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଅମର କୃତି ‘ଆନନ୍ଦ ମଠ’ରେ ପ୍ରକାଶିତ ହୋଇ ସମଗ୍ର ଦେଶକୁ ପ୍ରେରଣା ଦେଇଥିଲା), କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ବର୍ଷବ୍ୟାପୀ ଚାଲିଥିବା ଏହି ଗୌରବମୟ ଉତ୍ସବକୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଇଛି। ଐତିହାସିକ ଦିବସରେ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟର ଦୁଇଟି ପ୍ରମୁଖ ସ୍ଥାନ—ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷ ଏବଂ ସାଇ କଲ୍ୟାଣୀ ମଣ୍ଡପରେ ବଡ଼ ଧରଣର ସମାବେଶ ଆୟୋଜନ କରାଯାଇଥିଲା। ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ୍ ବର୍ମନଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଦେଶଭକ୍ତିର ବାର୍ତ୍ତା ପ୍ରଚାର କରିଥିବା ବେଳେ, ସାଇ କଲ୍ୟାଣ ମଣ୍ଡପଠାରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ଵାନ, ଉପ-ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏକତ୍ରିତ ହୋଇଥିଲେ। ପୂର୍ବାହ୍ନ ୯.୩୦ ଘ ସମୟ ରେ ଉଭୟ ସ୍ଥାନରେ ସ୍ଥାପିତଏଲ ଇ ଡି ଟିଭି ମାଧ୍ୟମରେ ୟୁଟ୍ୟୁବ୍ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ସିଧା ପ୍ରସାରଣ କରାଯାଇଥିବା ବେଳେ, ଠିକ୍ ୯.୫୦ ଘଟିକାରେ ଉପସ୍ଥିତ ସମସ୍ତେ ସମସ୍ୱରରେ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ”ର ସଂପୂର୍ଣ୍ଣ ପାଠ କରି ଏକ ଅପୂର୍ବ ଦେଶାତ୍ମବୋଧକ ବାତାବରଣ ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଆତ୍ମ ପ୍ରକାଶ ସାହୁ ଏବଂ ସହକାରୀ କର୍ମଚାରୀ ଏ. ସନ୍ତୋଷ କୁମାର ପ୍ରମୁଖ ସହଯୋଗ କରିଥିଲେ ଏବଂ ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post