ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବୁଢ଼ାପାଲି ଗ୍ରାମକୁ କମନ ରିଭ୍ୟୁ ମିଶନ (CRM) ଟିମ ପରିଦର୍ଶନ କରିଥିଲେ। ଦିଲ୍ଲୀ ଓ ଭୁବନେଶ୍ୱରରୁ ଆସିଥିବା ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ମଧ୍ୟ ଏହି ଟିମରେ ଥିଲେ। ସେମାନଙ୍କୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ ମେହେର ଓ ସ୍ୱାସ୍ଥ୍ୟ କର୍ମଚାରୀ ବୃନ୍ଦ ହାର୍ଦିକ ସ୍ୱାଗତ କରିଥିଲେ।
ପରେ ଟିମ୍ ଗ୍ରାମର ସାମାଜିକ ଏବଂ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକୁ ନେଇ ଗ୍ରାମବାସୀମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଗ୍ରାମରେ ପାଣିପାଗ, ସ୍ୱଚ୍ଛତା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ ଓ ଖାଦ୍ୟ ଅଭ୍ୟାସ ସମସ୍ତ ଦିଗରେ ସମୀକ୍ଷା କରାଯାଇଥିଲା। ଗ୍ରାମର ଅଙ୍ଗନବାଡ଼ି, ପ୍ରାଥମିକ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଟିମ ପରିଦର୍ଶନ କରି ସୁବିଧା ସମୀକ୍ଷା କରିଥିଲେ।
ସିଆରଏମ ଟିମ୍ର ମୁଖ୍ୟ ଅଧିକାରୀ କହିଥିଲେ ଯେ, “ସାଂସ୍କୃତିକ ଓ ସ୍ୱାସ୍ଥ୍ୟ ସଚେତନତା ଏକାପରେକା ଗଢ଼ି ଉଠିବା ଆବଶ୍ୟକ। ଗ୍ରାମ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବିସ୍ତାର ପାଇଁ ସାଂସ୍କୃତିକ ମାଧ୍ୟମ ସବୁଠାରୁ ଶ୍ରେଷ୍ଠ ଉପାୟ।”
ଏହି ଅବସରରେ ବୁଢ଼ାପାଲି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାସ୍ଥ୍ୟ ବିଷୟରେ ନାଟକ, ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ଆଦିବାସୀ ନୃତ୍ୟ ଓ ସ୍ଥାନୀୟ ଲୋକକଳା ଟିମ୍ର ସମସ୍ତ ଅଧିକାରୀଙ୍କୁ ଆକର୍ଷିତ କରିଥିଲା। ସ୍ୱାସ୍ଥ୍ୟ ସଚେତନତା ସନ୍ଦେଶ ସହିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମରେ ଉତ୍ସାହର ମାହୋଳ ଦେଖିବାକୁ ମିଳିଥିଲା। ଟିମ୍ ବୁଢ଼ାପାଲି ବାନ୍ଧକଳା ଓ ଗ୍ରାମର ସ୍ଥାନୀୟ ହସ୍ତଶିଳ୍ପ ପରିଦର୍ଶନ କରି ସ୍ଥାନୀୟ ପ୍ରତିଭା ଓ ସାହିତ୍ୟିକ ଦକ୍ଷତା ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ। ଅଧିକାରୀମାନେ ଗ୍ରାମର ସ୍ୱାସ୍ଥ୍ୟ ଭିର୍ତ୍ତିଭୂମି ସୁଦୃଢ଼ ହେବାକୁ ପ୍ରଶଂସା କରି ଅଧିକ ସୁଧାର ଯୋଜନା ନେବା ପ୍ରତିଶ୍ରୁତି ଦେଇଥିଲେ। ଯାତ୍ରା ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିଜେପୁର ଓ ସ୍ଥାନୀୟ ପ୍ରଶାସନର ସମନ୍ୱୟ ଦେଖି CRM ଟିମ୍ ଖୁସି ପ୍ରକାଶ କରିଥିଲା।
Sign in
Sign in
Recover your password.
A password will be e-mailed to you.