ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ର ମହା ପବିତ୍ର ଲୋହରାଖଣ୍ଡି ନଦୀ ସେତୁ ପାଖରେ ଥିବା ବହୁ ପୁରାତନ ଭବ୍ୟ ଦେବୋତ୍ତର ବିଭାଗ ଅଧୀନ ( ଏଣ୍ଡୋମେଣ୍ଟ୍ ବୋର୍ଡ଼ ) ଶ୍ରୀଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ମହାନ୍ ପବିତ୍ର ଧାର୍ମିକ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅବସରରେ ନବଦିନ ବ୍ୟାପି ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଶ୍ରୀଶ୍ରୀ ହନୁମାନ ଜୟନ୍ତୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଓ ମନ୍ଦିର ପରିଚାଳକ (ଟ୍ରଷ୍ଟି) ପି. ମହେଶ୍ବର ପାତ୍ରଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି।
ଉକ୍ତ ମନ୍ଦିରରେ ଆୟୋଜିତ ଏହି ଶ୍ରୀରାମ ଚରିତ ମାନସ ଧାର୍ମିକ କାର୍ଯ୍ୟକ୍ରମ ରେ ନଅ ଦୀନ ବ୍ୟାପି ହିନ୍ଦୁ ଧର୍ମ ଗ୍ରନ୍ଥ ତଥା ତ୍ରେତୟା ଯୁଗର ସମ୍ପୂର୍ଣ୍ଣ ସତ୍ୟ କଥାଚିତ୍ର କୁ ରାମାୟଣ କଥା ମାଧ୍ୟମ ରେ ଗତ ଅକ୍ଟୋବର ମାସ ୨୮ ତାରିଖ ମଙ୍ଗଳ ବାର ଠାରୁ ଚଳିତ ନଭେମ୍ବର ମାସ ୫ ତାରିଖ ବୁଧବାର ପର୍ଯ୍ୟନ୍ତ ଏଠାରେ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଶ୍ରବଣ କରାଯାଇଥାଏ। ଏହାକୁ ଶ୍ରବଣ କରିବା ନିମନ୍ତେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଜନସାଧାରଣ ଛୁଟି ଆସନ୍ତି। କାରଣ ସମସ୍ତଙ୍କ ବିଶ୍ଵାସ, ଏକ ମାତ୍ର ମୋକ୍ଷର ମାର୍ଗ, ଭଜନ,ଜଣାଣ ଓ ଶ୍ରୀରାମ ଚରିତ ନାମ କିର୍ତ୍ତନ। ଏବଂ ଏଠାରେ ପ୍ରତ୍ୟେକ ଦୀନ ସଂଧ୍ୟା ସମୟରେ ( ମଣିରାମ ମଠ,ପୁରୀ ) ରୁ ଆସିଥିବା କେତେକ ବିଶିଷ୍ଟ ସନ୍ଥ ସନ୍ୟାସୀ ମାନଙ୍କ ଦ୍ଵାରା ପ୍ରବଚନ ବା ଜ୍ଞାନଯଜ୍ଞ ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି। ଶ୍ରୀରାମ ଚରିତ ପାରାୟଣ ର ପ୍ରଥମ ଦିନରେ ମହାଦେବ ଶିବ ପାର୍ବତୀଙ୍କ ବିଵାହ ଠାରୁ ଆରମ୍ଭ କରି, ପ୍ରଭୁ ଶ୍ରୀରାମ ମହାପ୍ରଭୁଙ୍କ ଜନ୍ମର କାରଣ, ବାଲ୍ୟଲିଳା, ତାଡକା ବଧ ଠାରୁ ସୀତାରାମ ଅଭିଷେକ,କାକ ଭୂଷଣ୍ଡ ଚରିତ୍ର ସବୁକୁ ବିଧିବିଧାନ ଭାବରେ ଅନୁଷ୍ଠିତ କରାଯାଇ ଉପସ୍ଥିତ ଶ୍ରଦ୍ଧାଳୁ ଶ୍ରୋତା ମାନଙ୍କୁ କୁହାଯାଇଥାଏ। ଅନୁଷ୍ଠିତ ଭବ୍ୟ ଧାର୍ମିକ କାର୍ଯ୍ୟକ୍ରମ ରେ ଶେଷ ତଥା ନବମ ଦିନ କାର୍ତ୍ତିକ ପୂର୍ଣ୍ଣିମା ଦିନ ଘୃତ ଯଜ୍ଞ, ପୂର୍ଣ୍ଣାହୁତି ଶେଷରେ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ବହୁ ପୁରାତନ ଶ୍ରୀଶ୍ରୀ ରଘୁନାଥ ମନ୍ଦିର, ବହୁ ଦେବାଦେବୀ ଙ୍କ ଏକତ୍ର ସହାବସ୍ଥାନ ର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। କାରଣ ଏହି ମନ୍ଦିରର ନାମ “ରଘୁନାଥ ମନ୍ଦିର” ହୋଇଥିଲେ ମଧ୍ୟ, ଏହି ମନ୍ଦିର ପରିସରରେ ସମୟକ୍ରମେ ଅନେକ ମନ୍ଦିର ନିର୍ମାଣ ହୋଇଛି। ତେଣୁ ସହର ମଧ୍ୟରେ ଥିବା ଏହି ମନ୍ଦିର ସମସ୍ତଙ୍କ ମହାନ୍ ଧାର୍ମିକ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ଅଟେ। କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ କହିବାନୁଯାୟୀ, ଏହି ରଘୁନାଥ ମନ୍ଦିର ନିମନ୍ତେ ଓଡ଼ିଶା ରାଜ୍ୟ ଦେବୋତ୍ତର ବିଭାଗ କତୃପକ୍ଷ ଙ୍କ ସଠିକ୍ ଦୁର ଦୃଷ୍ଟିର ଅଭାବ ଯୋଗୁଁ, ବା ବିହିତ ପଦକ୍ଷେପ ର ଅଭାବ ଯୋଗୁଁ ମନ୍ଦିର ର ସମସ୍ତ କାର୍ଯ୍ୟରେ ଯେପରି ଉନ୍ନତି ହେବା କଥା, ସେପରି ଉନ୍ନତି ପରିଲକ୍ଷିତ ହୋଇନାହିଁ। ଉକ୍ତ ମନ୍ଦିର ର ବିଭିନ୍ନ ପର୍ବପର୍ବାଣି, ଯାନି ଯାତ୍ରା ଉତ୍ସବ ମହୋତ୍ସବ ଓ ଅନ୍ୟ ସମସ୍ତ ଦୈନିକ ରୀତିନୀତି ନାହିଁ ନାହିଁରେ ସମସ୍ତଙ୍କର ହିସାବରେ ଅନୁଷ୍ଠିତ ହେଉଅଛି।
Sign in
Sign in
Recover your password.
A password will be e-mailed to you.