ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ସ୍ଥାନୀୟ ନରସିଂହପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଉଦ୍ ଘାଟନ ଉତ୍ସବ ରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୂର୍ଯ୍ୟ ଶିକ୍ଷା ମହାନ୍ତି ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ମୂଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ମୁଖ୍ୟ ବକ୍ତା ଭାବେ ଏ ଡି ଇ ଓ ଜଗବନ୍ଧୁ ସାହୁ, ବରେଣ୍ୟ ଅତିଥି ଭାବେ ବିଡ଼ିଓ ତନ୍ମିତା କର, ସମ୍ମାନୀତ ଅତିଥି ଭାବେ ଏ ବି ଇ ଓ ଅମିୟ ମହାଳିକ, ତପନ ଦ୍ବିବେଦୀ, ଉର୍ମିଳା କର, ସରପଞ୍ଚ ଗୌରାଙ୍ଗ ପଣ୍ଡା, ସରପଞ୍ଚ ଗୋବିନ୍ଦ ମଲିକ, ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ଲତା ପଣ୍ଡା, ପ୍ରଧାନ ଶିକ୍ଷକ ରମାକାନ୍ତ ସେଣ୍ଡ, ଅଧକ୍ଷ ବିଦ୍ୟାଳୟ ପରିଚାଳନା କମିଟି ଅଜୟ କୁମାର ପଣ୍ଡା, ସି ଆର ସି ସି ପ୍ରଶାନ୍ତ କୁମାର ମଲିକ ଉପସ୍ଥିତ ରହି ଥିଲେ। ଅତିଥି ପରିଚୟ ଶିକ୍ଷକ ଅମିୟ କୁମାର ପାଣିଗ୍ରାହୀ ପ୍ରଦାନ କରିଥିଲେ। ଏହି ଅବସର ରେ ବିଭିନ୍ନ ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ବେଳେ ମୋଟ ୬୬୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ତେଇଶି ଟି କ୍ଲଷ୍ଟର ରୁ ବିଭିନ୍ନ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବ୍ଳକ୍ ସ୍ତରୀୟ ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ ଜାପାନୀ ଉତ୍ସବ ରେ ଏଡିଇଓ ଜଗବନ୍ଧୁ ସାହୁ, ବି ଇଓ ସୂର୍ଯ୍ୟ ଶିଖା ମହାନ୍ତି, ସରପଞ୍ଚ , ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭାପତି ଙ୍କ ଉପସ୍ଥିତି ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ କାର୍ଯ୍ୟ କ୍ରମ ର ଉଦ୍ ଜାପାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷକ ରାଜେନ୍ଦ୍ର କୁମାର ମାହୁନ୍ତ, ଅମିୟ ପାଣିଗ୍ରାହୀ, ପ୍ରଣୟ ମହାପାତ୍ର, ପ୍ରଦୀପ କୁମାର ସେଠୀ, ପ୍ରଶାନ୍ତ ଧଳ, ରାମ କୃଷ୍ଣ ବାରିକ୍, ଅଶୋକ ନାୟକ, ରମେଶ ନାଥ, ଙ୍କ ସହ ସମସ୍ତ ସି ଆର ସି ସି, ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗ ରେ କାର୍ଯ୍ୟ କ୍ରମ ସଫଳ ହୋଇ ଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post