ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ପୈାର ପରିଷଦ କାର୍ଯ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ସ୍ୱର୍ଗତ ନିର୍ମଳ ବିଶ୍ବାସଙ୍କ ପୁଅ ରାଜେଶ ବିଶ୍ବାସଙ୍କ ଘର ଭିତରେ ରାଜେଶଙ୍କ ସ୍ତ୍ରୀ ଶଙ୍କରୀ ବିଶ୍ବାସଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବାକୁ ମିଳିଛି । ରାଜେଶଙ୍କ ସ୍ତ୍ରୀ ଶଙ୍କରୀ ବିଶ୍ବାସଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି କାରଣ ମୃତ ଶଙ୍କରିଙ୍କ ଝୁଲନ୍ତା ମୃତ ଦେହ ଏକ ଶାଢ଼ୀ ରେ ଝୁଲୁଥିବା ବେଳେ ତାଙ୍କର ପାଦ ତଳେ ଲାଗି ରହିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସମ୍ପର୍କରେ ଏଠାରେ ବସବାସ କରୁଥିବା ଅଞ୍ଚଳବାସି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମାଲକାନଗିରି ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ମହିଳା ଶଙ୍କରୀଙ୍କ ବାପା ଘର ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି-୨୩ ଗ୍ରାମରେ ହୋଇଥିବା ବେଳେ ଝିଅର ମୃତ୍ୟୁ ଖବର ପାଇ ପରିବାର ଏବଂ ଏମ.ପି.ଭି-୨୩ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ତେବେ ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ବାମୀ ରାଜେଶ ଏବଂ ପରିବାର ଲୋକଙ୍କ କିଛି ଖୋଜ ଖବର ନଥିବା ସୂଚନା ମିଳିଛି । ମୃତ ଶଙ୍କରୀଙ୍କ ପରିବାର ଲୋକେ ତାଙ୍କ ଝିଅ ଆତ୍ମହତ୍ୟା କରି ନାହିଁ ବରଂ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଧିକ ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ ଦଳର ସହାୟତା ନିଆଯାଉଥିବା ପୁଲିସ ଠାରୁ ସୂଚନା ମିଳିଛି। ତେବେ ଏହି ଘଟଣା ର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବା କୁ ମୃତ ଶଙ୍କରିଙ୍କ ପରିବାର ଲୋକେ ଦାବି କରିଛନ୍ତି। ମୃତ ମହିଳାଙ୍କ ଶବ ବ୍ୟବଛେଦ ରିପୋର୍ଟ ଏବଂ ଶଙ୍କରିଙ୍କ ସ୍ୱାମୀ ରାଜେଶ ବିଶ୍ୱାସ ତାଙ୍କ ପରିବାର ଲୋକଙ୍କୁ ପୁଲିସ ପଚାରାଉଚାରା କରିବା ପରେ ପ୍ରକୃତ ଘଟଣା ବିଷୟରେ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି।
Sign in
Sign in
Recover your password.
A password will be e-mailed to you.