ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଞ୍ଜନଗର ଥାନା ପକ୍ଷରୁ ଆୟୋଜିତ ହୋଇଥିଲା ମୋବାଇଲ୍ ମେଳା। ଏହା ଶୁଣି ବାକୁ ଅଲଗା ଲାଗୁଥିଲେ ମଧ୍ୟ ପ୍ରକୃତରେ ଏହି ମୋବାଇଲ୍ ଗୁଡ଼ିକ ବିଭିନ୍ନ ମାଧ୍ୟମରେ ବିଭିନ୍ନ ସ୍ଥାନ ଓ ବ୍ୟକ୍ତିବିଶେଷ ଙ୍କ ଠାରୁ ସଂଗ୍ରହ କରାଯାଇଛି। ଯେଉଁ ମୋବାଇଲ୍ ଗୁଡ଼ିକ ର ପ୍ରକୃତ ଗ୍ରାହକ ଥାନାରେ ଅଭିଯୋଗ କରିଥିଲେ ଯେ, ସେ ତାଙ୍କର ନିଜ ମୋବାଇଲ କୈ।ଣସି ନା କୈ।ଣସି ମାଧ୍ୟମରେ ହଜିଯାଇଛି କିମ୍ବା ଚୋରି ହୋଇଯାଇଛି। ବାସ୍ତବରେ ଏହା ଭଞ୍ଜନଗର ପୋଲିସ୍ ର ଏକ ବଡ ପଦକ୍ଷେପ ଯଦ୍ୱାରା ଆଜି ଦୁତୀୟ ଥର ପାଇଁ ଏହିପରି ମୋବାଇଲ୍ ମେଳା ଅନୁଷ୍ଠିତ ହୋଇଛି। ଏବଂ ଉପଭୋକ୍ତା ମାନଙ୍କ ହଜିଥିବା ମୋବାଇଲକୁ ଖୋଜି ପ୍ରକୃତ ମାଲିକଙ୍କୁ ଫେରାଇଛି ଭଞ୍ଜନଗର ପୋଲିସ।ପୂର୍ବରୁ ଗତ ୨୮ସେପ୍ଟେମ୍ବରରେ ଭଞ୍ଜନଗର ପୋଲିସ ଦ୍ୱାରା ଆୟୋଜିତ ପ୍ରଥମ ମୋବାଇଲ ମେଳାରେ ମୋଟ ୩୦ ଜଣ ବ୍ୟକ୍ତିଙ୍କୁ ନିଜର ହଜିଲା ମୋବାଇଲ ଫେରି ପାଇଥିଲେ।ଆଜି ପୁଣିଥରେ ଭଞ୍ଜନଗର ଥାନାରେ ଅନୁଷ୍ଠିତ ଦ୍ୱିତୀୟ ମେଳାରେ ୨୩ ଟି ହଜିଲା ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଗତ ୬ ମାସ ମଧ୍ୟରେ ଅନେକ ମୋବାଇଲ ହଜିଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଭଞ୍ଜନଗର ପୋଲିସ ସେଗୁଡିକୁ ଖୋଜି ବାହାର କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସାଇବର ସେଲ ସାହାଯ୍ୟରେ ମୋବାଇଲକୁ ଖୋଜି ପାଇଥିଲା। ଆଜି ପ୍ରକୃତ ମାଲିକଙ୍କୁ ଡାକି ସେମାନଙ୍କୁ ମୋବାଇଲ ସବୁ ଫେରାଇଛି ପୋଲିସ।ସମସ୍ତେ ନିଜ ହଜି ଯାଇଥିବା ମୋବାଇଲକୁ ପୁଣି ଫେରି ପାଇ ବହୁତ ଖୁସି ହେବା ସହ ଭଞ୍ଜନଗର ପୋଲିସକୁ ସାଧୁବାଦ ଜଣାଇଛନ୍ତି।ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ଙ୍କ ସମେତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଦୀପକ କୁମାର ମିଶ୍ର, ଆଇଆଇସି ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ, ଲାଷ୍ମୀଧର ମହାନ୍ତି, ଜ୍ୟୋସ୍ନା ସାହୁ, ଲିପିନା ବିଶ୍ୱାଳ ଓ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.