ଜୟପୁର: ୦୨/୧୧/୨୫:-ଅଶୋକ ସାହୁ, ଅକ୍ଟୋବର ୨୮ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଅଛି। ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ଜୟପୁର ଶାଖା ଦ୍ୱାରା ଏକ ସଚେତନତା ରାଲି ସ୍ଥାନୀୟ ରାଜାନଗର ଚକ ଠାରୁ ଦୁର୍ନୀତି ନିବାରଣ କାର୍ଯ୍ୟ।ଳୟ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି।
ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନ ର ଶୀର୍ଷକ ହେଉଛି ” ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ୱ” । ଏହି ରାଲିରେ ଉପଜିଲ୍ଲାପାଳ ସୁଶ୍ରୀ ଆକାବରମ୍ ସସ୍ଯା ରେଡ୍ଡି, ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରି ଥିଲେ । ଦୁର୍ନୀତି ନିବାରଣ ଅଧିକ୍ଷକ ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା ଦୁର୍ନୀତି ନିବାରଣ ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହିତ ସମ୍ୟକ ସୂଚନା ଦେବା ସହିତ ଦୁର୍ନୀତି କୁ ହଟାଇବା ନିମନ୍ତେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ଏବଂ ପ୍ରତ୍ୟେକ ଜନ ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସଚୋଟ୍ଟତାର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବା କହି ନିଜ ବକ୍ତବ୍ୟ ରଖିଥିଲେ।
ଏହି ଭିଜିଲାନ୍ସ ସଚେତନତା ରାଲିରେ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ତୃପ୍ତି ବରାଇ, ପ୍ରକଳ୍ପ ନିର୍ଦେଶକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଜୟପୁର, ଅନନ୍ତ ପ୍ରସାଦ ମଲ୍ଲିକ Addl S.P, ସଂଜୟ କୁମାର ପ୍ରଧାନ,Inspr ସୂର୍ଯ୍ଯ ପ୍ରକାଶ ନାୟକ,Inspr
ଅନୁଭା ଦାଶ, Inspr ସାବିତ୍ରି ପ୍ରଧାନ ,Inspr ସନ୍ତୋଷି ବାରିକ,Inspr,ଅଭୟ ମହାପାତ୍ର, Steno,ASI ଓ Constables, ଜୟପୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦ ଗାଦବା, ଅଗ୍ନିଶମ ଅଧିକାରୀ ସୁରେଶ କୁମାର ବାରିକ, ଭାରତୀୟ ଷ୍ଟେଟ ବ୍ଯାଂକର ମୁଖ୍ୟ ପରିଚାଳକ ଓ ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ, ବରିଷ୍ଠ ନାଗରିକ, ସେୱା ଗ୍ରୁପ, ଲାୟନ୍ସ ଗ୍ରୁପ ଜୟପୁର ଭିଜିଲାନ୍ସ ବିଭାଗର ସମସ୍ତ କର୍ମଚାରୀ ଓ ସାମ୍ବାଦିକ ପ୍ରମୁଖ ଆଦି ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.