ଭୁବନେଶ୍ୱର, ନଭେମ୍ବର ୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ)ର ୧୩ ତମ ବ୍ୟାଚ ବିଏସ୍ସି (ଏଗ୍ରିକଲ୍ଚର) ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶୁକ୍ରବାର ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ, ମୂଲ୍ୟବୋଧ ଓ ଏହା ପ୍ରଦାନ କରୁଥିବା ସୁଯୋଗ ସହିତ ପରିଚିତ କରାଯାଇଥିଲା ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ୱବିଦ୍ୟାଳୟରେ ଉପଲବ୍ଧ ବିଭିନ୍ନ ବ୍ୟବସ୍ଥା ଓ ସମ୍ବଳର ସୁଯୋଗ ନେବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଅନୁଯୋଗ କରିଥିଲେ । ସେମାନଙ୍କୁ ସେ ଶୃଙ୍ଖଳିତ ହେବା ସହ ଅଧ୍ୟବସାୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଆଇସିଏଆର-ସିଆରଆରଆଇର ନିଦେ୍ର୍ଧଶକ ଡ. ଜି.ଏ.କେ. କୁମାର ବର୍ତମାନ ପରିସ୍ଥିତିରେ ପୋଷଣୀୟ ଓ ଜଳବାୟୁକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟ ବିଷୟରେ ମତ ରଖିଥିଲେ ।
ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଶିକ୍ଷାନୁଷ୍ଠାନ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ । ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ ।
ଡକ୍ଟର ପ୍ରଭାତ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଫେସର ଏସ.କେ. ପଣ୍ଡା, ପ୍ରଫେସର ଏସ୍.ଏସ୍ ମହାପାତ୍ର, ଡକ୍ଟର ଏସ୍.କେ. ମହାନ୍ତି, ଡକ୍ଟର ଦିପ୍ତାନୁ ଦତ, ଡକ୍ଟର ବି.ଏନ୍ ଅଧିକାରୀ, ପ୍ରଫେସର ବି.ଡି ପ୍ରଧାନ, ଡକ୍ଟର ଆର. ଆର ଶତପଥୀ, ଶ୍ରୀ ଜନ୍ ଜୀତ, ଡକ୍ଟର ଏସ୍.ସି ସେନାପତି ଏବଂ ଡକ୍ଟର ଟି.କେ. ମିଶ୍ର ବିଭିନ୍ନ ଅଧିବେଶନରେ ବକ୍ତବ୍ୟ ରଖିଥିଲେ ।
Sign in
Sign in
Recover your password.
A password will be e-mailed to you.