ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟିନେଲେ ୩ଲକ୍ଷ ଟଙ୍କା ଓ ସୁନା ଗହଣା

4

ଓଡ଼ଗାଁ,୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ନନ୍ଦିଘୋର ବରମୁଣ୍ଡା ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତମାନେ ବନ୍ଧୁକ ଦେଖାଇ ପରିବାରର ଲୋକଙ୍କୁ ଭୟଭୀତ କରି ୨ ଲକ୍ଷ୍ୟରୁ ଉର୍ଦ୍ଧ୍ବ ମୂଲ୍ୟର ସୁନାଗହଣା ଲୁଟ୍ ହୋଇଥିବା ନେଇ ଓଡ଼ଗାଁ ଥାନାରେ ଶନିବାର ଅଭିଯୋଗ ହୋଇଛି ।ନନ୍ଦିଘୋର ଗ୍ରାମ ବରମୁଣ୍ଡା ସାହିର ପ୍ରକାଶ ନାୟକ (୪୪) ଶୁକ୍ରବାର ରାତିରେ ଶୋଇଥିବା ବେଳେ ୭ଜଣ ଦୁର୍ବୁତ ମୁଁହରେ କଳା ମୁଖା ପିନ୍ଧି ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ । ବନ୍ଧୁକ ଦେଖାଇ ଭୟଭୀତ କରି ଟଙ୍କା ସୁନା ଆଣିଦେବାକୁ ଧମକ ଚମକ ଦେଇଥିଲେ । ପ୍ରକାଶ ଟିକେ ଅପେକ୍ଷା କରିବାରୁ ତାକୁ ଅସ୍ତ୍ରରେ ଆଘାତ କରିଥିଲେ । ଏବଂ ପ୍ରକାଶଙ୍କ ବାପା ଯଜ୍ଞ ନାୟକଙ୍କୁ କଷି ୨ ଚାପୁଡ଼ା ମାରିଥିଲେ । ଆଉ ବିଳମ୍ବ ନକରି ପ୍ରକାଶ ଠାରୁ ୩ ଲକ୍ଷ ଟଙ୍କା ଗୋଟିଏ ସୁନା ରାଣୀହାର, ଚିପାହାର, ଚେନ, ମୁଦି ସହିତ ଅନ୍ୟ ସୁନା ଗହଣା ନେଇଯାଇଥିଲେ । ଏନେଇ ପ୍ରକାଶ ନାୟକ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୩୮/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.