ରାଜନଗରର ସାନଓର ପ୍ରାଥମିକ ବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ ଅଭିଯାନ ।

4

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ରାଜନଗର ବ୍ଲକ୍ ଅନ୍ତର୍ଗତ ରାଜନଗର ଗ୍ରାମପଞ୍ଚାୟତର ସାନଓର ପ୍ରାଥମିକ ବିଦ୍ୟାଳୟରେ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ତରଫରୁ ବର୍ଣ୍ଣବୋଧ ବଣ୍ଟନ ଅଭିଯାନ ସମ୍ପନ୍ନ ହୋଇଛି। ସଂସଦର ସଭାପତି ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ରଙ୍ଗାଧର ଜେନା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସାନଓର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସାଇଲିପ୍ସା ନାୟକ ଓ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ମନୋରମା ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ଅତିଥିମାନେ ପ୍ରାଥମିକ ବିଦ୍ୟାଳୟର ଛୋଟ ଛୋଟ ପିଲାଙ୍କୁ ଛଵିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ନିଶୁଳ୍କ ଭାବରେ ବଣ୍ଟନ କରିଥିଲେ।
ଏହି ପୁସ୍ତକ ବଣ୍ଟନ ଅଭିଯାନକୁ ଅତିଥିମାନେ ସ୍ଵାଗତଯୋଗ୍ୟ ଓ ସମୟୋପଯୋଗୀ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ସେମାନେ କହିଥିଲେ ଯେ, ଏପରି ପ୍ରୟାସ ପିଲାମାନଙ୍କୁ ଶିକ୍ଷାରେ ଆଗ୍ରହୀ କରିବା ସହିତ ସାହିତ୍ୟ ଓ ଜ୍ଞାନ ସଂସ୍କୃତି ପ୍ରତି ସମ୍ମାନ ବଢ଼ାଇବ। କାର୍ଯ୍ୟକ୍ରମ ଶେଷରେ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଶ୍ରୀକାନ୍ତ ପରିଡା ସମସ୍ତ ଅତିଥି, ଶିକ୍ଷୟତ୍ରୀ ମାନେ ଓ ଉପସ୍ଥିତ ଅଭିଭାବକ ମାନଙ୍କୁ ଧନ୍ୟବାଦ ଜଣାଇ ସଭା ଭଙ୍ଗ ଘୋଷଣା କରିଥିଲେ।ଏହି ଅବସରରେ ପିଲାମାନେ ମଧ୍ୟ ଖୁସି ପ୍ରକାଶ କରି ଅତିଥିମାନଙ୍କ ପାଖରୁ ପୁସ୍ତକ ଗ୍ରହଣ କରିଥିଲେ। କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦ ତରଫରୁ ଏହିପରି ସାହିତ୍ୟିକ ଓ ଶିକ୍ଷାମୂଳକ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.