ଜିନ୍ଦଲ ଫାଉଣ୍ଡେସନକୁ ଏକ୍ସିଡ୍ ସିଏସଆର ଆଓ୍ୱାର୍ଡ- ୨୦୨୫

4

ଭୁବନେଶ୍ୱର, ୨/୧୧: ଲୋକଭିମୁଖୀ ସମନ୍ୱିତ ସିଏସଆର ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ ଏକ୍ସିଡ୍ ସିଏସଆର ଆଓ୍ୱାର୍ଡ- ୨୦୨୫ରେ ସମ୍ମାନିତ କରାଯାଇଛି। ଅକ୍ଟୋବର ୩୧ରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପୂର୍ବତନ ଶାସନ ସଚିବ ତଥା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ ଆଫେୟାର୍ସର ପୂର୍ବତନ ମହାନିର୍ଦ୍ଦେଶକ ଡକ୍ଟର ଭାସ୍କର ଚାଟ୍ଟାର୍ଜୀ ଏହି ପୁରସ୍କାର ପ୍ରଦାନ କରିଥିଲେ।

ଏହି ସମ୍ମାନ ଜିନ୍ଦଲ ଫାଉଣ୍ଡେସନର ବିସ୍ତାରିତ ସାମାଜିକ ପ୍ରଭାବକୁ ସ୍ୱୀକୃତି ପ୍ରଦାନ କରୁଛି ଯାହା ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଲକ୍ଷାଧିକ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି। ମାନ୍ୟବର ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିକୁ ଆଧାର କରି ଫାଉଣ୍ଡେସନ ଏହାର ପରିମଳ ଓ ପରିଚ୍ଛନ୍ନତା ଅଭିଯାନ, ‘ଜଳଛାୟା ପରିଚାଳନା’ ଏବଂ ‘ଓ୍ୱାସ’ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସମୁଦାୟଗୁଡ଼ିକରେ ଉଲ୍ଲେଖନୀୟ ବିକାଶ ଆଣିପାରିଛି। ଜଳ ଛାୟା ବିକାଶ କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମ୍ୟ ଜଳଛାୟା କମିଟି ଜରିଆରେ କାର୍ଯ୍ୟକାରୀ ହେଉଛି। ଏହି କାର୍ଯ୍ୟକ୍ରମ ଉଲ୍ଲେଖନୀୟ ଭାବେ ପ୍ରକଳ୍ପ ଅଞ୍ଚଳର ଭୂତଳଜଳ ସ୍ତର, ମାଟିର ଆର୍ଦ୍ରତା, କୃଷି ଉତ୍ପାଦିକା ଶକ୍ତି ଓ ନିରନ୍ତର ଜଳ ଉପଲବ୍ଧତାକୁ ମଧ୍ୟ ବୃଦ୍ଧି କରିଛି।

ଏହି ସମ୍ମାନଜନକ ପୁରସ୍କାର ମିଳିଥିବାରୁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ, ଜୁରୀ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି, “ଆମେ ବିଶ୍ୱାସ କରୁ, ବାସ୍ତବ ବିକାଶ ସେହିଠାରେ ହୁଏ, ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିବେଶ ଓ ସଂସ୍କୃତି ସମ୍ମନ୍ୱିତ ଭାବେ ନିରନ୍ତର ଉପାୟରେ ଜୀବନର ମାନକୁ ଉନ୍ନତ କରିଥାଏ। ଆମେ ଲୋକମାନଙ୍କ ମଧ୍ୟରେ ଥିବା ସମ୍ଭାବନାକୁ ବିକଶିତ କରିବା ସହ ଏହାର ଆଭ୍ୟନ୍ତରୀଣ ଉନ୍ନତିକୁ ଗୁରୁତ୍ୱ ଦେଇଥାଉ।”

ଜିନ୍ଦଲ ଷ୍ଟିଲର କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ ଜିନ୍ଦଲ ଫାଉଣ୍ଡେସନ ଏହାର ନିରନ୍ତର ବିକାଶକୁ ପ୍ରାଧାନ୍ୟ ଦେଇ ଆସୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଉନ୍ନୟନ ଏବଂ ନିରନ୍ତର ପରିବେଶ ସ୍ଥିରତା, ମହିଳା ସଶକ୍ତୀକରଣ ଓ ସାଂସ୍କୃତିକ ସଂରକ୍ଷଣ କ୍ଷେତ୍ରରେ ଏହା କାର୍ଯ୍ୟ କରିଆସୁଛି।

ଜିନ୍ଦଲ ଷ୍ଟିଲର ପ୍ରେସିଡେଣ୍ଟ ତଥା ଗ୍ରୁପ ହେଡ (ସିଏସଆର ଏଣ୍ଡ ଏଜୁକେସନ) ଶ୍ରୀ ପ୍ରଶାନ୍ତ ହୋତା ଏହି ସମ୍ମିଳନୀର ବୈଷୟିକ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ସିଏସଆର ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ (SDG) ହାସଲ ପାଇଁ ବିଭିନ୍ନ କୌଶଳ ଓ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ମିଳିତ ଜାତିସଂଘର ସମସ୍ତ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ ସହ ସମନ୍ୱୟ ରଖି ଜିନ୍ଦଲ ଫାଉଣ୍ଡେସନ ଦେଶବ୍ୟାପୀ ଏହାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଜାରିରଖିଛି।

Leave A Reply

Your email address will not be published.