ଓଡ଼ଗାଁ,୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାରେ ଶୁକ୍ରବାର ସକାଳ ୭ଟା ସମୟରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଯାଇଛି । ଓଡ଼ଗାଁ ଆଦର୍ଶ ଥାନା ଦ୍ବାରା ଆୟୋଜିତ “ରନ୍ ଫର ୟୁନିଟ୍” କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୨ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରାଙ୍କ ତତ୍ବାବଧାନରେ ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଓଡ଼ଗାଁ ରଘୁନାଥ ଜିଉଙ୍କ ମନ୍ଦିର ପ୍ରାଙ୍ଗଣ ଠାରେ ଏକତା ଦିବସ ପାଇଁ ଶପଥ ପାଠ କରାଯାଇଥିଲା । ସେଠାରୁ “ରନ୍ ଫର ୟୁନିଟ୍” କାର୍ଯ୍ୟକ୍ରମ ଆରମ୍ଭ ହୋଇ ଓଡ଼ଗାଁ ଆଦର୍ଶ ଥାନାରେ ପହଞ୍ଚିଥିଲା ।ଏକତା ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୩୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୪ ଜଣ କୃତି ପ୍ରତିଯୋଗୀଙ୍କୁ ଆଇଆଇସିଙ୍କ ଦ୍ବାରା ପ୍ରମାଣପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଏବଂ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏସଆଇ ଚକ୍ରଧର ସିଂହଙ୍କ ସହିତ ଅନ୍ୟ ପୋଲିସ୍ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାଶ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ, କଦଳୀବନ୍ଧ ଏବଂ ମଶାବାରୀ ବିଦ୍ୟାଳୟରେ ମଧ୍ୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.