ନୟାଗଡ଼(ବିଶ୍ୱଜିତ ନାୟକ) :- ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶରେ ସଚିବ, ଅଞ୍ଜଳି ମଛଖଣ୍ଡଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ଜିଲ୍ଲା କୋର୍ଟ ପରିସର ରେ ସମସ୍ତ ବିଭାଗର ବିଚାରପତି, କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ, ଓକିଲ ସଙ୍ଘର ସମସ୍ତ ଆଇନ ଯିବି ମାନଙ୍କୁ ନେଇ ରାଷ୍ଟ୍ରୀୟ ଏକତl ଦିବସ ଏବଂ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -25 ଶିବିର ଅନୁଷ୍ଠିତ ହୋଇ ଯାଇଛି l ଆନୁଷ୍ଠାନିକଭାବେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରା ଜଜ ଶ୍ରୀ ଯୁକ୍ତ ଆନନ୍ଦ ନାରାୟଣ ମହାରଣା ଉଦଘାଟନ କରି ଉପସ୍ଥିତ ସମବେତ ବିଚାରପତି, କର୍ମଚାରୀ, ମାନଙ୍କୁ ନାଗରିକ ମାନଙ୍କ ପାଇଁ ସାଧୁତାର ଶପଥ ପାଠ କରାଇବା ସହିତ ନିଜ ବକ୍ତବ୍ୟରେ କହିଥିଲେ,ଆମ୍ଭେ ବିଶ୍ୱାସ କରିବା ଯେ, ଆମ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତିହିଁ ସବୁଠୁ ବଡ ପ୍ରତିବନ୍ଧକ l ଆମ୍ଭେ ବିଶ୍ୱାସ କରିବାଯେ, ଦୁର୍ନୀତିର ମୂଳ ଉତପlଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା -ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ l ଆମ୍ଭେ ଅନୁଭବ କରିବା ଯେ, ପ୍ରତେକ ନାଗରିକ ସବୁ ସମୟ ରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟ ନିଷ୍ଠା ରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କୁ ସମର୍ଥନ କରିବା ଉଚିତ l
ସେଥିପାଇଁ ଆମ୍ଭେ ଶପଥ ନେବା ଯେ, ଜୀବନ ର ପ୍ରତେକ କ୍ଷେତ୍ର ରେ ସଚୋଟତା ଏବଂ ଆଇନ ର ଶାସନ କୁ ଅନୁପାଳନ କରିବା l ଉତକୋଚ ନେବା ନାହିଁ କି ଦେବା ନାହିଁ l ସମସ୍ତ ଦାୟିତ୍ୱ କୁ ସାଧୁତା ଏବଂ ସ୍ୱଛତାର ସହ ସମ୍ପାଦନା କରିବା, ଜନସାଧାରଣ ଙ୍କ ହିତ ପାଇଁ କାମ କରିବା, ନିଜ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ବଜାଇ ରଖି ଉଦାହରଣ ହେବା, ଦୁର୍ନୀତି ସମ୍ପର୍କୀତ କୌଣସି ଘଟଣା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା l ଶେଷରେ ସଚିବ, ଅଞ୍ଜଳି ମଛଖଣ୍ଡ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ବିଚାରପତି, କର୍ମଚାରୀ, ଅଧିକାର ମିତ୍ର ମାନଙ୍କୁ ଧନ୍ୟବାଦ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Next Post