ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

4

 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମର ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ମୃତ ଯୁବକ ଜଣଙ୍କ ହେଲେ ତନରଡା ଗ୍ରାମର ରାଧାକୃଷ୍ଣ ବେହେରା (୪୭)I ବିଶେଷ ସୂଚନା ପ୍ରକାରେ ରାଧାକୃଷ୍ଣ କର୍କଟ ରୋଗରେ ପୀଡ଼ିତ ଥିବା ବେଳେ କିଛି ଦୀନ ହେବ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଥିବାରୁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ I ଆଜି ଅପରାହ୍ଣ ସମୟରେ ରାଧାକୃଷ୍ଣ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା I ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସାଧାରଣରେ ଆଲୋଚନା ହେଉଛି I ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାଧାକୃଷ୍ଣଙ୍କ ଶବକୁ ଜବତ କରିବା ସହିତ ଭଞ୍ଜନଗର ମେଡିକାଲ୍ ରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି I ଏନେଇ ବେଲଗୁଣ୍ଠା ଥାନାରେ ୧୪/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I

Leave A Reply

Your email address will not be published.