ପଦ୍ମପୁର:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର କାର୍ଯ୍ୟରତ ସେବିକା ଶ୍ରୀମତୀ କୁମୁଦିନୀ ମହାନ୍ତି ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ବିଦ୍ଵତ୍ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ରାଷ୍ଟ୍ରୀୟ ଚେତନା ବିଷୟରେ ଆଲୋକପାତ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ଶ୍ରୀ ଭକ୍ତ ଚରଣ ସାହୁ,ଜୟନାରାୟଣ ତ୍ରିପାଠୀ, ସଂକୁଳ ପ୍ରମୁଖ ଶ୍ରୀ ଦ୍ଵାଦଶ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ଅବସର ନେଉଥିବା ଶ୍ରୀମତୀ କୁମୁଦିନୀ ମହାନ୍ତି ମାଉସୀ ଙ୍କ ସମୟାନୁବର୍ତ୍ତିତା, ସ୍ନେହ ବତ୍ସଳତା ଆଦି ଅନେକ ସୁଗୁଣ ଉପରେ ଆଲୋକପାତ କରିଥଲେ ।
ପରେପରେ ପରିଚାଳନା ସମିତି, ପୂର୍ବ ଛାତ୍ର ସଂସଦ,ମାତୃ ଭାରତୀ, ଶିଶୁ ବିଦ୍ୟାମନ୍ଦିର ସହକର୍ମୀ, ଗୁରୁଜୀ ଗୁରୁମା ଙ୍କ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତ ଗୁରୁଜୀ ଗୁରୁମା ଶୋଭାଯାତ୍ରାରେ ମାଉସୀ ଙ୍କ ଘରକୁ ଯାଇଥିଲେ। ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post