ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

4

ଓଡ଼ଗାଁ,୩୦।୧୦(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଅଭୟ ବେହେରାଙ୍କ ତତ୍ତ୍ୱାବଧାନରେ ଗୁରୁବାର ଓଡ଼ଗାଁ ପି ଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୨ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ସହିତ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଏବଂ ରଞ୍ଜନ କୁମାର ଦାଶ ପରିଚାଳନା କରିଥିଲେ । ପି ଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସପ୍ତମ ଶ୍ରେଣୀ ଛାତ୍ରୀ ମୋନାଲିସା ମହାପାତ୍ର ପ୍ରଥମ ହୋଇଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦରର ଛାତ୍ରୀ ଶ୍ରୁତିସ୍ଥିତପ୍ରଜ୍ଞା ପରିଡ଼ା ଦ୍ୱିତୀୟ ଏବଂ ଛାତ୍ରୀ ପୂଜା ଜେନା ଏବଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓଡ଼ଗାଁର ସପ୍ତମ ଶ୍ରେଣୀ ଛାତ୍ର ବିଭୁତି ସାହୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆଜି ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା କାଲି ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡ଼ଗାଁ ଆଦର୍ଶ ଥାନା ପରିସରରେ ପ୍ରମାଣପତ୍ର ପ୍ରଦାନ କରାଯିବା ସହିତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯିବ। ଏଥି ସହିତ ଆସନ୍ତା କାଲି ସକାଳ ୭ ଘଟିକା ସମୟରେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ପ୍ରାଙ୍ଗଣରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଗଣଦୌଡ଼ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.