ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ

4

ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ଦେଉଳି ଉଚ୍ଚବିଦ୍ୟାଳୟ ସତୀଭଟା ପରିସରରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅଞ୍ଚଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ଦାଶ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରାଲମ୍ବ ପ୍ରସାଦ ପଟେଲ, ସମ୍ମାନୀତ ଅତିଥି ଭାବରେ
ଶ୍ରୀ ସୁବାସ ଝଗରା, ଶ୍ରୀମତୀ ଲତିକା ବିଶି, ଏ. ବି .ଇ .ଓ ଶ୍ରୀ ଜୟ କୁମାର ସାହୁ ଓ ଶ୍ରୀ ରାମସିଂ ଭୋଇ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ ଅନ୍ତର୍ଗତ ଚଉଦ ଟି କ୍ଲଷ୍ଟରର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଶ୍ରୀ ପାଣ୍ଡବ ଶବର ଏସ୍. ଡି .ପି .ଓ.ପଦମପୁର, ମୁଖ୍ୟବକ୍ତା ଭାବରେ ଶ୍ରୀ ଜନକଲାଲ ମେହେର, ସମ୍ମାନୀତ ଅତିଥି ଭାବରେ ଶ୍ରୀ ବେଣୁଧର ବରିହା, ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା ଶ୍ରୀ ରବିଶଙ୍କର ପ୍ରଧାନ ଓ ସୁଶ୍ରୀ ସୋନାଲିକା ଶବର କରିଥିବା ବେଳେ ଶ୍ରୀ ଦିଲ୍ଲୀପ ଭୋଇ ପ୍ରାରମ୍ଭ ରୁ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ସଂଯୋଜନା କରିଥିଲେ। ପରିଶେଷରେ ଶ୍ରୀ ନେତ୍ରାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.