ଭଞ୍ଜନଗର ରେ ସାଇବର୍ ଅପରାଧ ସଚେତନତା ରାଲି ଓ ବୈଠକ

4


ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଅକ୍ଟୋବର ମାସ ୨୦୨୫ ଗୁରୁବାର ୩୦ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କେ.ଏସ.ୟୁ.ବି କଲେଜ୍ ରେ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବକ୍ତାମାନେ ଯୋଗଦେଇ ସର୍ବଦା ବିଭିନ୍ନ କ୍ଷେତ୍ରରେ ଷ୍ଟ୍ରଙ୍ଗ୍ ପାସ୍ ୱାର୍ଡ୍ ବ୍ୟବହାର କରିବା, ଓଟିପି କାହାକୁ ନଦେବା ପାଇଁ କହିଥିଲେ। ଏଥିସହ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ ଲୋଡା। ଏଥିପାଇଁ ଅଧିକରୁ ଅଧିକ ସଚେତନତା ଲୋଡା ବୋଲି ବକ୍ତାମାନେ କହିଥିଲେ।
ଭଞ୍ଜନଗର ଥାନା ଏବଂ କଲେଜ ଜାତୀୟ ସେବା ଯୋଜନା ଶାଖା ୧ ଓ ୨, ଏନ ସି ସି ଆର୍ମି ୱିଂଙ୍ଗ, ନାଭାଲ ୱିଂଙ୍ଗ ଏବଂ ଯୁବ ରେଡକ୍ରସ୍ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ଏ ଏସ ପି ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏସ୍ ଡି ପି ଓ ଡ. ଦୀପକ ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ କୃତିବାସ ବିଶାଳ, ଡ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପୁର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀ, ଶୁଳପାଣି ଶତପଥି, ଜଗବନ୍ଧୁ ଜେନା , ସନ୍ତୋଷ ଜେନା,ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ପାତ୍ର, ଏଚ ଡି ଏଫ ସି ଡେପୁଟି ପରିଚାଳକ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଉକ୍ତ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ପ୍ରଶାସନିକ ଅଧିକାରୀ ବିଭାସ ଦାସ ସ୍ବାଗତ ଭାଷଣ ଦେଇଥିଲେ। ଜୟକୃଷ୍ଠ ପଟ୍ଟନାୟକ ସଭାକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜାତୀୟ ସେବା ଯୋଜନା ଅଧିକାରୀ ବିକେ ପ୍ରଧାନ, ସସ୍ମିତା ଦାସ, ଯୁବ ରେଡକ୍ରସ ଅଧିକାରୀ
ବିଦେଶୀ ରାଉତ, ଏନ ସି ସି ସି ଟିଓ ଅର୍ପଣ ପ୍ରଧାନ, ବିଭୂତି ଭୂଷଣ ଗୌଡ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଜଗାବଳିଆ ଦାସକାଠିଆ ଦଳ ନୃତ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଥିଲା । ସଭା ପୁର୍ବରୁ ଛାତ୍ରୀଛାତ୍ରମାନେ ସ୍ଥାନୀୟ ଚକରା ବିଷୋୟୀ ଛକରୁ ଏକ ରାଲିରେ ଆସି କଲେଜରେ ପହଞ୍ଚିଥିଲେ ଓ ଏଥିରେ ସାଇବର ସଚେତନତା ମାସ୍କଟ ମଧ୍ୟ ସାମିଲ ଥିଲେ।

Leave A Reply

Your email address will not be published.