ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଗୁରୁବାର ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଶ୍ରୀଯୁକ୍ତ ପୃଥ୍ଵୀରାଜ ହରିଚନ୍ଦନ , ମନ୍ତ୍ରୀ ଅବକାରୀ , ଆଇନ , ପୂର୍ତ୍ତ ବିଭାଗ ଓଡ଼ିଶା ସରକାର ଦିନିଆ ଗସ୍ତରେ ଆସି “ମୋନ୍ଥା” ବାତ୍ୟାରେ ଜିଲ୍ଲାର ବିଭିନ୍ନ କ୍ଷୟକ୍ଷେତି ନେଇ ସମୀକ୍ଷା କରିଥିଲେ।
ଜିଲ୍ଲାର ବିଭିନ୍ନ ସ୍ଥାନରେ ବାତ୍ୟାରେ ନଷ୍ଟ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି କରିବାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବର୍ଷାରେ ଭାଙ୍ଗିଥିବା କଚ୍ଛା ଘର ଗୁଡ଼ିକୁ ତୁରନ୍ତ ପଲିଥିନ୍ ଯୋଗାଇ ଦେବା ସହିତ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରିବାପାଇଁ କହିଥିଲେ।
ସେହିପରି ଜିଲ୍ଲାରେ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା , ୧୯୭ ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହ ଓ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ , ବ୍ଳକ୍ , ତହସିଲ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟରେ ୨୪×୭ କଣ୍ଟ୍ରୋଲ ରୋମ ଖୋଲାଯାଇ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇ ସଫଳତାର ସହ ଜିଲ୍ଲାର ସମସ୍ତ ଅଧିକାରୀ ଗୋଟିଏ ଟିମ୍ ହୋଇ ସଫଳତାର ସହ ବାତ୍ୟା ମୁକାବିଲା କାର୍ଯ୍ୟ କରିଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିଲେ।
ଆଜିର ଏହି ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ମୋହନା ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲାପାଳ ଶ୍ରୀମତୀ ମଧୁମିତା , ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ କେ.ନାଗାରାଜୁ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପରେ ମାନ୍ୟବର ମନ୍ତ୍ରୀ , ମାନ୍ୟବର ବିଧାୟକ ମୋହନା ଏସି , ମାନ୍ୟବର ଜିଲ୍ଲାପାଳ ଏବଂ ସମସ୍ତ ସମ୍ପୃକ୍ତ କର୍ମଚାରୀଙ୍କ ସହିତ ରାମଗିରି ବଡ଼ଗାଁ ରାସ୍ତାରେ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରିଥିଲେ। ସେ ଭଗ୍ନାବଶେଷ , ପଥର ସଫା କରିବାକୁ ଏବଂ ଅଞ୍ଚଳ ସଫା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.