( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର):ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ମାୟାପୁରୀ ବଡ଼ ନାଳରେ ବୁଡି ଜନୈକ ଅଜଣା ବୃଦ୍ଧଙ୍କ ମୃତ୍ୟୁ ଘଟିଛି ଓ ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଗୋଚର ହେବା ପରେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ଅନୁଧ୍ୟାନ କରିଥିଲେ। କିନ୍ତୁ ଘଟଣାସ୍ଥଳଟି କେଉଁ ଥାନା ଅଧୀନରେ ରହିଛି ଜାଣିବା ବିଳମ୍ବ ଯୋଗୁଁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଶବ ଉଦ୍ଧାର କରି ପାରିନଥିଲେ। ପରବର୍ତ୍ତୀ ସମୟରେ ଗୋଷାଣୀ ନୁଆଁଗାଁ ଥାନା ଅଧୀନରେ ଏହି ଅଞ୍ଚଳ ଅନ୍ତର୍ଭୁକ୍ତ ନିଶ୍ଚିତ ପରେ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ବିଭାଗ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ବୃଦ୍ଧଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କର ମୃତ୍ୟୁ ମଧ୍ୟ ସନ୍ଦେହ ଘେରରେ ରହିଛି।
Sign in
Sign in
Recover your password.
A password will be e-mailed to you.