ଭଂଜପୁର ଜଗଦ୍ଧାତ୍ରୀ ମେଳା ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ

4


ବାରିପଦା – ତା :- ୨୯/୧୦/୨୦୨୫ ରିଖ ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା – ୨୦୨୫ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି I ମା ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଆସନ୍ତାକାଲି ପାରମ୍ପାରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ I ଏବର୍ଷ ମେଳାରେ ଓଡିଶା ଓ ଅନ୍ୟ ରାଜ୍ୟରୁ ପ୍ରାୟ ୩ ଶହ ଷ୍ଟଲ ପ୍ରଦର୍ଶିତ ହେବ I ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ ଜଣାଇଥିଲେ I ଏବର୍ଷର ବେଶେଷ ଆକର୍ଷଣ ହାଇଦ୍ରାବାଦ ସ୍ଥିତ ତେଲେଙ୍ଗାନାର ସଚିବାଳୟର ତୋରଣ ନିର୍ମିତ ହେଉଅଛି ବୋଲି ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଜଣାଇଥିଲେ I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ନିରାପତ୍ତା ପାଇଁ ସି ସି କେମେରା, ନିଆଁ ଲିଭା ଯନ୍ତ୍ରର ବ୍ୟବସ୍ଥା କରାଯାଇଛି ଏବଂ ମେଳାର ସଫଳତା ପାଇଁ ରେଳ ବିଭାଗ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଦ୍ୟୁତ ବିଭାଗ, ବାରିପଦା ମୁନିସିପାଲିଟି, ଅଗ୍ନିଶମ ବିଭାଗର ସମସ୍ତ ପ୍ରକାର ସହଯୋଗ ରହିଛି ବୋଲି କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ I ମେଳା ଚାଲିଥିବା ବେଳେ କମିଟି ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯିବ I ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ହାତରେ ସାଂସ୍କୃତିକ ମଞ୍ଚରେ ପୁରସ୍କୃତ କରାଯିବ ବୋଲି କମିଟି ସଦସ୍ୟ ମାନେ ପ୍ରକାଶ କରିଥିଲେ I ଗଣମାଧ୍ୟମ ସଂଯୋଜକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂଜା ସମ୍ପାଦକ ରସିକାନନ୍ଦ ମିଶ୍ର, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଓ ବରିଷ୍ଠ ସଦସ୍ୟ ସିଦ୍ଧେଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ I

Leave A Reply

Your email address will not be published.