କଲଭଟ ନିର୍ମାଣକୁ ନେଇ ଅନିୟମିତତା ଅଭିଯୋଗ, କୌଣସି ଅନିୟମିତତା ହୋଇନାହିଁ, ସହକାରୀ ଯନ୍ତ୍ରୀ

4

 

ଓଡ଼ଗାଁ,୨୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋରପିଠା ଠାରୁ କୁଶଢିପି ପୂର୍ତ୍ତ ବିଭାଗ ରାସ୍ତାରେ ଥିବା ପୁରୁଣା କଲଭଟ ଗୁଡ଼ିକୁ ମରାମତି କରି ନୂଆ କଲଭଟ ନିର୍ମାଣ ହେଉଥିବା ଦର୍ଶାଉଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିବା ବେଳେ ବିଭାଗୀୟ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କଲଭଟ ଗୁଡ଼ିକୁ ଓସାରିଆ କରିବା ପାଇଁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଯେଉଁ କଲଭଟ ଗୁଡ଼ିକ ୩ଫୁଟ ଗୋଲେଇରୁ କମ୍ ସେଗୁଡିକୁ ଭାଙ୍ଗି ପୁନଃ କଲଭଟ ନିର୍ମାଣ କରାଯାଉଥିବା ସେ କହିଛନ୍ତି । ଏବଂ ଯେଉଁ କଲଭଟର ଓସାର ୩ଫୁଟ ଅଛି ସେଗୁଡିକର ଉଭୟ ପାର୍ଶ୍ଵରେ ନୁଆ ପାଇପ୍ ସଂଯୋଗ କରି ହେଡ୍ ୱାଲ୍ ନିର୍ମାଣ କରି ଓସାରିଆ କରାଯାଉଛି । ଏବଂ ପ୍ରତ୍ୟେକ କାର୍ଯ୍ୟ ଏଷ୍ଟିମଟ୍ ଅନୁସାରେ ନିର୍ମାଣ କରାଯାଉଛି । ଉକ୍ତ ରାସ୍ତାରେ ପୂର୍ବରୁ ୬ଟି କଲଭଟ ରହିଥିବା ବେଳେ ସେଥି ମଧ୍ୟରୁ ୩ଟିର ଉଭୟ ପାର୍ଶ୍ବରେ ପାଇପ୍ ସଂଯୋଗ କରାଯାଇ ଓସାରିଆ କରାଯିବ। ଏବଂ ଅନ୍ୟ ୩ଟି ଓସାର କମ୍ ଥିବାରୁ ଭଙ୍ଗା ଯାଇ ପୁନଃ ନିର୍ମାଣ କରାଯିବ। ଅନ୍ୟ ପକ୍ଷରେ ଆବଶ୍ୟକ ଅନୁସାରେ ବିଭିନ୍ନ ସ୍ଥାନରେ ନୂଆ କଲଭଟ ମଧ୍ୟ ନିର୍ମାଣ କରାଯିବା ଯୋଜନା ରହିଛି ।

Leave A Reply

Your email address will not be published.