ଛଠ୍ ପୂଜା ପ୍ରକୃତି, ଜ୍ଞାନ ଓ ବିଜ୍ଞାନର ସଙ୍ଗମ – ଧର୍ମେନ୍ଦ୍ର ପ୍ରଧାନ

4

କାଶୀରେ ଛଠ୍ ପର୍ବ ପାଳିଲେ କେନ୍ଦ୍ରମନ୍ତ୍ରୀ

 ଛଠ୍ ପର୍ବର ଅଭିନନ୍ଦନ ଜଣାଇଲେ, ଛଠ୍ ପର୍ବ ଆସ୍ଥା ଓ ଶ୍ରଦ୍ଧାର ପ୍ରତୀକ

କାଶୀ, ଅକ୍ଟୋବର ୨୭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାବା ବିଶ୍ୱନାଥଙ୍କ ନଗରୀ କାଶୀରେ ଛଠ୍ ପର୍ବ ଅବସରରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ଦେଶବାସୀଙ୍କୁ ଏହି ପର୍ବର ଅଭିନନ୍ଦନ ଜଣାଇଛନ୍ତି ।

Imageଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ସୂର୍ଯ୍ୟ ଉପାସନାର ମହାପର୍ବ ହେଉଛି ଛଠ୍ । ସମସ୍ତ ବିହାରବାସୀ ଏବଂ ଦେଶବାସୀଙ୍କୁ ଏହି ଦିବସର ଅଭିନନ୍ଦନ । ଏହି ପର୍ବ କେବଳ ଆମର ଆସ୍ଥା ଓ ଶ୍ରଦ୍ଧାର ନୁହେଁ ବରଂ ପ୍ରକୃତି, ଜ୍ଞାନ ଏବଂ ବିଜ୍ଞାନର ମଧ୍ୟ ସଙ୍ଗମ । କାଶୀରେ ଆମର ଏପରି ମହାନ ଏବଂ ଅଦ୍ୱିତୀୟ ପରମ୍ପରାର ସାକ୍ଷୀ ହେବା ଏବଂ ଛଠ୍ ମହାପର୍ବରେ ସାମିଲ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଭଗବାନ ସୂର୍ଯ୍ୟ ଏବଂ ଛଠୀ ମାତାଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଏବଂ ମଙ୍ଗଳମୟ ଜୀବନ ପାଇଁ ସେ କାମନା କରିଛନ୍ତି।
ଏହା ଶୁଭ ଦିନରେ ଶ୍ରୀ ପ୍ରଧାନ ବିହାର ପାଟନା ଜଙ୍କସନ ସ୍ଥିତ ପ୍ରାଚୀନ ମହାବୀର ମନ୍ଦିରରେ ମଧ୍ୟ ଦର୍ଶନ କରିଥିଲେ ।

Leave A Reply

Your email address will not be published.