ରଜତ ଜୟନ୍ତୀ ପାଳନ ନେଇ ପଞ୍ଚମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

4

 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ପଞ୍ଚାୟତ ଊଚ୍ଚ ବିଦ୍ୟାଳୟ ଠାରେ ଆଜି ରବିବାର ଦିନ ସକାଳ ୧୦ ଘଣ୍ଟ ସମୟରେ ରଜତ ଜୟନ୍ତୀ ପାଳନ ନିମନ୍ତେ ପଞ୍ଚମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସରିଆଁ ଊଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସାଧୁରାମ ଭୋଇ , ସହ ଶିକ୍ଷକ ଗଙ୍ଗା ନାରାୟଣ ଦାଶ,ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ନିର୍ମଳ ଚନ୍ଦ୍ର ଭୋଇ ,ଶ୍ରୀ ପ୍ରମୋଦ ଚନ୍ଦ୍ର ଭୋଇ ଙ୍କ ଉପସ୍ଥିତି ରେ ରଜତ ଜୟନ୍ତୀ କମିଟି ସଭାପତି ଶ୍ରୀ ଓମ୍ ପ୍ରକାଶ ଛତ୍ରିଆ ସମସ୍ତଙ୍କୁ ସ୍ବାଗତ ଜଣାଇ ବୈଠକ ର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ। ଏହି ବୈଠକ ରେ ନିମ୍ନ ପ୍ରସଙ୍ଗ ଗୁଡ଼ିକ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଗଲା ।ଅଦ୍ୟାବଧି ରଜତ ଜୟନ୍ତୀ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଅର୍ଥ ଆଦାୟ , ଅତିଥି ନିମନ୍ତ୍ରଣ ,ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଯୋଗାଯୋଗ ପାଇଁ ଆଲୋଚନା କରାଯାଇଥିଲା । ପୁରାତନ ଛାତ୍ର ମାନଙ୍କ ଚାନ୍ଦା ଆଦାୟ ହୋଇ ପାରିନାହିଁ ବୋଲି ସମ୍ପାଦକ ଶ୍ରୀ ରମେଶ ସାହୁ ମତ ପ୍ରକାଶ କଲେ ।ଏଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବୈଠକ ରେ ନିଷ୍ପତି ଗ୍ରହଣ କରାଗଲା ସମସ୍ତ ପୁରାତନ ବ୍ୟଞ୍ଚ ରୁ ୨୦୦୪ ବେଞ୍ଚ ସର୍ବାଧିକ ଚାନ୍ଦା ଆଦାୟ କରିଥିବାରୁ ସମସ୍ତେ କରତାଳି ଦେଇଥିଲେ । ନଭେମ୍ବର ୨୦ରୁ ୨୫ତାରିଖ ମଧ୍ୟ ରେ ସମସ୍ତ ବ୍ୟାଚ ର ଅର୍ଥ ଆଦାୟ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥିର କରାଗଲା । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ରଜତ ଜୟନ୍ତୀ ନିମନ୍ତେ ସହଯୋଗ କରିବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ଆଲୋଚନା ହୋଇଥିଲା।
ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନେଇ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ (ଡ୍ରାମା ,ନୃତ୍ୟ ଗୀତ ଇତ୍ୟାଦି ) ତାହାର ଆଲୋଚନା ପାଇଁ ଏକ ବିଶେଷ ବୈଠକ ଏହି କିଛି ଦିନ ମଧ୍ୟରେ ଅନୁଷ୍ଠିତ କରାଯିବ ବୋଲି ସ୍ଥିର କରାଗଲା । ଶେଷ ରେ ରଜତ ଜୟନ୍ତୀ କମିଟି ର ଉପସଭାପତି ଶ୍ରୀ ରଘୁନାଥ ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.