ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଥାନା ଅନ୍ତର୍ଗତ ପଥରାପଲ୍ଲୀ ଏବଂ ଜିରୋଳି ମଧ୍ୟରେ ଏକ ସ୍କୁଟି ସହିତ ମୋଟରସାଇକେଲ୍ ଧକ୍କା ହେବା ଫଳରେ ଦୁଇ ଜଣ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଭଞ୍ଜନଗରରେ ମନୋଜ୍ ଦାଶ୍ (30)ଏବଂ ହିଞ୍ଜିଳି ଗିରିଆ ଗ୍ରାମର ଦଶରଥ ଦଳେଇ (34) OD07AQ6255 ନମ୍ବର୍ ବିଶିଷ୍ଟ ଏକ ହୋଣ୍ଡା ଏସ୍.ପି -125 ଯୋଗେ ଭଞ୍ଜନଗରରୁ ଭାୟା ବେଲଗୁଣ୍ଠା ହୋଇ ହିଞ୍ଜିଳି ଅଭିମୁଖେ ଯାଉଥିବା ବେଳେ ପଥରାପଲ୍ଲୀ ଏବଂ ଜିରୋଳି ମଧ୍ୟରେ ବୁଗୁଡ଼ା ଥାନା ଅନ୍ତର୍ଗତ ଦଶିପୁରରୁ ବେଲଗୁଣ୍ଠା ଅଭିମୁଖେ ଆସୁଥିବା OD32E4379 ନମ୍ବର୍ ବିଶିଷ୍ଟ ଏକ ପ୍ଲେଜର୍ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା I ସ୍କୁଟିରେ କଳମ୍ବ ନିକଟସ୍ଥ ଦଶିପୁର ଗ୍ରାମର ବାୟା ସେଠୀ (41),ତାଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ସେଠୀ (32) ଏବଂ ଝିଅ ନିର୍ଜଳା ସେଠୀ (15) ଥିଲେ I ଦୁର୍ଘଟଣାର ସ୍କୁଟି ଚାଳକ ବାୟା ସେଠୀଙ୍କ ସମେତ ତାଙ୍କ ଷ୍ଟ୍ରାଇକ୍ ଏବଂ ଝିଅକୁ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି I ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିବା ସହିତ ଆହତ ମାନଙ୍କୁ ମେଡିକାଲ୍ କୁ ପଠାଇଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post