ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଭାବରେ ପରିଗଣିତ,ଏଠି 30ସତକଡା କୁଡୁମୀ ଜାତିର ଲୋକେ ବସବାସ କରନ୍ତି।ସାରସକଣା ବ୍ଲକ କୁଡୁମୀ ସେନା ପକ୍ଷରୁ କୁଡୁମୀ ଜାତିର ସଂସ୍କୃତି ଓ ପରମ୍ପରା ବଞ୍ଚାଅ ଅଭିଯାନରେ ସାରସକଣା ବ୍ଲକ କୁଡୁମୀ ସେନା ପକ୍ଷରୁ ଅଷ୍ଟମ ବାର୍ଷିକ ବାନ୍ଦନା ପରବ ଭେଟଘାଟ ଧାନଘେରି ବଡଚାଟରା ପଡିଆ ଠାରେ ରବିବାର ଦିନ ବଡ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି , ଏଥିରେ ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗ ସରକାରଙ୍କ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟଗ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀକାନ୍ତ ମାହୋତ, ମୁଖ୍ୟ ବକ୍ତା ଭାବେ ଝାଡ଼ଖଣ୍ଡ ରାଜ୍ୟର କୁଡୁମୀ ବିକାଶ ମୋର୍ଚ୍ଚା ସଭାପତି ଶୀତଲ ଆହେଦାର, ଏବଂ ପଶ୍ଚିମବଙ୍ଗ କୁଡୁମୀ ସମାଜ ର ସଭାପତି ରାଜେଶ ମାହାତୋ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଦ୍ଵାରା କୁଡୁମୀ ସମାଜ ମଧ୍ୟରେ ଏକତା ବଢିବ ବୋଲି କହିଥିଲେ , ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡ କୁଡୁମୀ ସେନା ସଭାପତି ଲାଲ୍ଟୁ ମହାନ୍ତ, ଝାଡ଼ଖଣ୍ଡ ର ସମାଜ ସେବୀ ଗୁରୁଦେବ ମହାନ୍ତ,ଓମ୍ ପ୍ରକାଶ ମହାନ୍ତ, ଝାଡ଼ଖଣ୍ଡ କୁଡୁମୀ ମହିଳା ମୋର୍ଚ୍ଚା ସଭାପତି ପିଙ୍କି ମହାନ୍ତ, କୁଡୁମୀ ସେନାର ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଯୋଗ ଦେଇ ପୌରୋହିତ୍ୟ କରିଥିଲେ।
ଏହି ଅବସରରେ ଆୟୋଜିତ ଗୋରୁଖୁଣ୍ଟା, ଢେଙ୍ଗୁଆଁନ ଗୀତ ଓ ପାନ୍ତା ଝୁମର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହା ପରେ ଝୁମର ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରସକଣା କୁଡୁମୀ ସେନାର ସାଇରାମ ମହାନ୍ତ, ବିଶ୍ଵନାଥ ମହାନ୍ତ, କାହୁଁ ଚରଣ ମହାନ୍ତ, ଅଜିତ ମହାନ୍ତ, ପପୁ ମହାନ୍ତ , ସିତେଶ ମହାନ୍ତ, କୁବେର ମହାନ୍ତ, ପ୍ରଶାନ୍ତ ମହାନ୍ତ ମଞ୍ଚ ପରିଚାଳନା କରିଥିଲେ।
କୁଡୁମୀ ମହିଳା ସେନାର ଗୀତାଞ୍ଜଳି ମହାନ୍ତ, ରିତାଞ୍ଜଳି ମହାନ୍ତ, ଶକୁନ୍ତଳା ମହାନ୍ତ , ଅଞ୍ଜନା ମହାନ୍ତ,ନିରୁପମା ମହାନ୍ତ, ପ୍ରମିଳା ମହାନ୍ତ, ଭାରତୀ ମହାନ୍ତ ରୋଜି ମହାନ୍ତ, ଶ୍ୟାମାଖୁଣ୍ଟା ବ୍ଲକ କୁଡୁମୀ ସେନାର ବିରେନ୍ଦ୍ର ମହାନ୍ତ, କ୍ଷୀରୋଦ ମହାନ୍ତ, ଘନ ମହାନ୍ତ, ଡମ୍ବରୁଧର ମହାନ୍ତ , ଦେବାଶିଷ ମହାନ୍ତ , ମାନଗୋବିନ୍ଦ ମହାନ୍ତ, ହେମନ୍ତ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.