ନବୀନ ପଟ୍ଟନାୟକଙ୍କ ସହ ନୂଆପଡ଼ାବାସୀ ଥିଲେ ଓ ରହିବେ: ବିଜେଡ଼ି

4

ନୂଆପଡା ବ୍ଲକ ଜୋନ-୯ ରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ନୂଆପଡ଼ା, ୨୬/୧୦/୨୦୨୫: ରବିବାର ବିଜୁ ଜନତା ଦଳ ପକ୍ଷରୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଡ଼ା ବ୍ଲକ ଜୋନ-୯ରେ ଜୋନସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହିପଲ୍ଲା, ଦର୍ଲିମୁଣ୍ଡ, ଖଇରାନି, କୋଟେଚୁଅାଁ, କେରମେଲି, ତନୱାତ୍, ମୋଟା ନୂଆପଡ଼ା, ଖୁଟବନ୍ ଭିରା, ଧରମବନ୍ଧ, ଚୁଲା ଭଟା, ଭରୁଆମୁଣ୍ଡ ପଞ୍ଚାୟତର ଶତାଧିକ କର୍ମକର୍ତ୍ତା ସାମିଲ ହୋଇ ବିଜେଡି ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିଜୟ ସୁନିଶ୍ଚିତ କରିବା ଲାଗି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ, ପୂର୍ବତନ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା, ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜିତ ମହାନ୍ତି, ଅଧ୍ୟକ୍ଷ ଆଦମ୍ ଖାନ୍ ପ୍ରମୁଖ ଯୋଗଦେଇ ଉପନିର୍ବାଚନରେ ଭୋଟରମାନଙ୍କ ପାଖକୁ ଯାଇ ନୂଆପଡ଼ାର ବିକାଶ ପାଇଁ ଶଙ୍ଖ ଚିହ୍ନରେ ବିପୁଳ ବିଜୟ ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଆଜିର ଏହି ବୈଠକରେ ଶତାଧିକ କର୍ମୀ, ମହିଳା, ଯୁବଛାତ୍ର ମାନେ ଯୋଗ ଦେଇଥିଲେ । ସଭାରେ ଦଳର ୧୧ ପଞ୍ଚାୟତର ଶତାଧିକ କର୍ମୀ, ସମର୍ଥକ ଉପସ୍ଥିତ ହୋଇ ଦଳ ପ୍ରତି ନିଜର ନିଷ୍ଠା ଓ ସମର୍ପଣ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଗ୍ରାମସ୍ତରରେ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସମସ୍ତ କର୍ମୀ ଏକତ୍ର ଓ ସକ୍ରିୟ ଭାବେ ଅଭିଯାନ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ ।

Leave A Reply

Your email address will not be published.