ଗୋବରା ମାଆ ଶ୍ୟାମାକାଳୀ ପୂଜାରେ ସାଇବର୍ ସଚେତନତା କାର୍ଯ୍ୟକ୍ରମ ; ବରିଷ୍ଠ ସାମ୍ବାଦିକ ସମ୍ମାନିତ

4

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ମାଆ ଶ୍ୟାମାକାଳୀଙ୍କ ପୂଜା ମହା ଆଡମ୍ବରରେ ଚାଲିଥିବା ବେଳେ ଏହାର ସାଂସ୍କୃତିକ ମଞ୍ଚରେ ଶନିବାର ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ୍ ପକ୍ଷରୁ ସଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଏସ୍ଆଇ ଅଜୟ କୁମାର ମଲ୍ଲିକ,ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ, ଏଏସ୍ଆଇ ବି ୱାଇ ନାଇଡ଼ୁ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠି, କାର୍ତ୍ତିକେଶ୍ୱର ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ Iଏହି ଅବସରରେ ଭିଡ଼ିଓ କନ୍ଫେରେସିଂ ମାଧ୍ୟମରେ ସାଇବର୍ ସୁରକ୍ଷା ଉପରେ ସଚେତନ ମୂଳକ ବକ୍ତବ୍ୟ ଏବଂ ସଚେତନତା ମୂଳକ ନାଟକକୁ ଏଲ୍ଇଡି ପରଦା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା I ସାମ୍ପ୍ରତିକ ସ୍ଥିତିରେ ସାଇବର୍ ଅପରାଧ ଚିନ୍ତା ଜନକ ହୋଇଥିବା ବେଳେ ଏଥିପ୍ରତି ଯତ୍ନବାନ୍ ହେବାକୁ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ପରାମର୍ଶ ଦେବା ସହିତ ନିଜର ଗୋପନୀୟ ତଥ୍ୟକୁ କାହା ଆଗରେ ପ୍ରକାଶ ନକରି ସାଇବର୍ ଠକେଇର ଶିକାର ହେଲେ ୧୯୩୦ ଫୋନ୍ ନମ୍ବର୍ ରେ ସାଙ୍ଗେ ସାଙ୍ଗେ ଜଣାଇବା ସହିତ ସ୍ଥାନୀୟ ଥାନାର ଦ୍ୱାରସ୍ଥ ହେବା ପାଇଁ ପରାମର୍ଶ ଦେଇଥିଲେ I ଏହା ସହିତ ଆଜିର କାର୍ଯ୍ୟକ୍ରମରେ ଗୋବରା ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା I ଶ୍ରୀ ପାତ୍ର ୭୬ ଥର ସ୍ଵେଚ୍ଛାକୃତ ରକ୍ତଦାନ କରିବା ସହିତ ୬୨ ଟି ରକ୍ତଦାନ ଶିବିର, ୧୪ ଟି ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଛନ୍ତି I ଏହା ସହିତ ନିରପେକ୍ଷ ସାମ୍ବାଦିକତା, ରାଜନୀତୀ,ସମାଜସେବା ଏବଂ ଚାରି ହଜାରରୁ ଉର୍ଦ୍ଧ୍ଵ ଚାରା ରୋପଣ କରି ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ତାଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା I ଏହା ସହିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା I କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକ, ଉପସଭାପତି କୃଷ୍ଣଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ସୁଶାନ୍ତ କୁମାର ଜେନା, କୋଷାଧ୍ୟକ୍ଷ ଏ ଜିତେନ୍ଦ୍ର ପାତ୍ର,ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ I କାଯ୍ୟକ୍ରମ କୁ ଶିକ୍ଷକ ଛାୟାକନ୍ତା ମହାପାତ୍ର ସଂଯୋଜନା କରିଥିଲେ l

Leave A Reply

Your email address will not be published.