ଓଡ଼ଗାଁ,୨୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନାରେ ରବିବାର ସାଇବର ସୁରକ୍ଷା ଅଭିଯାନ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନଙ୍କ ତତ୍ବାବଧାନରେ ଏବଂ ଶରଣକୁଳ ଆଇଆଇସି ସୁଜିତ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଲଡୁବାବାଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ସାଇବର ସୁରକ୍ଷା ଅଭିଯାନରେ ଜିଲ୍ଲା ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ପଣ୍ଡା, ନୟାଗଡ଼ ସଦର ଡିଏସପି ସୁକାନ୍ତ ପାତ୍ର ପ୍ରମୁଖ ଯୋଗଦେଇ ସାଇବର ଠକେଇକୁ ପ୍ରତିହତ କରିବା ନିମନ୍ତେ ସାମୁହିକ ଶପଥ ପାଠ କରିଥିଲେ। ଏକକ ଅଭିନୟ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏବଂ କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ପଣ୍ଡା ପତାକା ହଲାଇ ସଙ୍କେତ ଦେବା ପରେ ସାଇବର ସଚେତନତା ରଥ ଗଡିଥିଲା । ରଥଟି ଶରଣକୁଳ ଥାନାର ପ୍ରତ୍ୟେକ ଗାଁକୁ ଏବଂ ଅଞ୍ଚଳର ପ୍ରମୁଖ ସ୍ଥଳକୁ ଯାଇ ସାଇବର ଠକଙ୍କ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବ।
Sign in
Sign in
Recover your password.
A password will be e-mailed to you.