ସାର୍ବଜନୀନ ଦୁର୍ଗାପୂଜା ଯୋଜନାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।

4

ପଦ୍ମପୁର:- ସାର୍ବଜନୀନ ଦୁର୍ଗାପୂଜା ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଉପହାର ଯୋଜନାର ଆୟୋଜନ କରାଯାଇଥିଲା ଏବଂ କାଳୀପୂଜା ଦିନ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଆଜି ସ୍ଥାନୀୟ ଭେଉଁରିଆ ଛକଠାରେ ଏହାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟି ସଭାପତି ପ୍ରତାପ ମିଶ୍ର , ଉପସଭାପତି ଅଜିତ ଶତପଥୀ, ସମ୍ପାଦକ ଯୁଗଳ କିଶୋର ସାହୁ, କୋଷାଧ୍ୟକ୍ଷ ଯୋଗେଶ ସାହୁ ପ୍ରମୁଖ ଯୋଗଦେଇ ପ୍ରଥମ ପୁରସ୍କାର ବିଜେତା ଦିପ୍ତିପୁର ର ଚାଉ ବିଶ୍ଵାଳ ଙ୍କୁ ପଲ୍ସର୍ ମୋଟର ସାଇକଲ, ଦ୍ୱିତୀୟ ଉପହାର ବିଜେତା ସୋଭାରାଣି ସିହ୍ନାଙ୍କୁ ଇଲେକ୍ଟ୍ରି ସ୍କୁଟି, ତୃତୀୟ ପୁରସ୍କାର ବିଜେତା ତାଲପାଲି ର ଆର୍ଯ୍ୟା ଦାଶ ଙ୍କୁ ଏ.ସି. ପ୍ରଦାନ କରିଥିଲେ। ସେହିପରି ସମସ୍ତ ୩୬ ଗୋଟି ଉପହାର ସମସ୍ତ ବିଜେତା ଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଉପହାର ଯୋଜନା ର ମୁଖ୍ୟ ଜୟରାମ ମହାପାତ୍ର,ନବ ବରିହା, ବିଜୟ ବହିଦାର, ଶ୍ୟାମଳ ଦାଶ, ନରସିଂହ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ନିରୋଜ ସିହ୍ନl , ନାରାୟଣ ପୁରୋହିତ, ସୁଶୀଲ ଅଗ୍ରୱାଲ, ସୁନିଲ ଅଗ୍ରୱାଲ, ମହେଶ ବେହେରା, ବାବୁଲୁ ଦୋରା, ଭରତ ପଣ୍ଡା, ଅଚ୍ୟୁତାନନ୍ଦ ସେଠ୍ ଓ ସର୍ଯୁ ପଟ୍ଟନାୟକ ସହଯୋଗ କରିଥଲେ।

Leave A Reply

Your email address will not be published.