ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରି ମୁଖ୍ୟ ଶାଖା ତରଫରୁ ଦୁର୍ଘଟଣା ଜନିତ ବୀମା ରାଶି ପ୍ରଦାନ.

4

ମାଲକାନଗିରି 24/10/25: ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରେ 4000000 ଲକ୍ଷ ର cheque ପ୍ରଦାନ କରା ଯାଇଛି. ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ H, ଶ୍ରୀମତୀ କୁସୁମ ଦୋରା ସ୍ୱାମୀ ସ୍ବର୍ଗତ ବୁଦ୍ରା ଦୋରାଙ୍କୁ ପ୍ରଦାନ କରିଥିଲେ.

ପ୍ରକାଶ ଥାଉ କି ବୁଦ୍ରା ଦୋରା ପୋଲିସ କନଷ୍ଟେବଳ ଆକସ୍ମିକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ. ସ୍ବର୍ଗତ ଦୋରା ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ ପାକ୍ଗେଜ ରେ ଦରମା ଖାତା ଖୋଲିଥିଲେ. ସେଥିପାଇଁ ତାଙ୍କୁ 4000000 ଲକ୍ଷ ଟଙ୍କା ବୀମା ରାଶି ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରଦାନ କରାଗଲା.

ବର୍ତମାନ ଷ୍ଟେଟ ବ୍ୟାଙ୍କରେ ପୋଲିସ ସାଲାରୀ ପାକ୍ଗେଜ ଅଧିନରେ ଖାତା ଥିଲେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 1କୋଟି ଏବଂ ସାଧାରଣ ମୃତ୍ୟୁ ପାଇଁ 10 ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରା ଯାଉଛି.

ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ବିନୋଦ କୁମାର ବିଷୋୟୀ ଆୟୋଜନ କରିଥିଲେ, LDM ଚକ୍ରଧର ନାୟକ, ସହ ପରିଚାଳକ ସୌମ୍ୟ ରଞ୍ଜନ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିଥିଲେ.

Leave A Reply

Your email address will not be published.