ମାଲକାନଗିରି, ତା:-୨୪/୧୦ ମାଲକାନଗିରି ବ୍ଲକ ଶିଖପାଲ୍ଲୀ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଦିବ୍ୟାଙ୍ଗ ଙ୍କ ନିମନ୍ତେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୪୨୦ଜଣ ଦିବ୍ୟାଙ୍ଗ ଙ୍କ ପଞ୍ଜୀକରଣ କରିଜାଇଥିବା ବେଳେ ବିଶେଷଜ୍ଞ ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଉଦ୍ଘାଟନୀ ଉତ୍ସବରେ ମାଲକାନଗିରି ବିଡିଓ ତପନ କୁମାର ସେନାପତି ସଭାପତିତ୍ବ କରିଥିବା ବେଳେ ସାଂସଦ ପ୍ରତିନିଧି ଉଙ୍ଗା ପଡ଼ିଆମୀ, ବିଧାୟକଙ୍କ ପ୍ରତିନିଧି ସତ୍ୟସରଣ ପାଲ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ବିଧାୟକଙ୍କ ବିଦ୍ୟାଳୟ ପ୍ରତିନିଧି ସଭ୍ୟ ସୋମନାଥ ମାଢ଼ି, ପରିଚାଳନା କମିଟି ସଭ୍ୟ ମୁଡ଼ା ମାଡ଼କାମୀ, ମାନସିକ ରୋଗ ବିଶେଷଜ୍ଞ ଡା. ହୁସେନ, ଚକ୍ଷୁ ବିଶେଷଜ୍ଞ ଡା. ଅଶୋକ କୁମାର ଖମାରୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୁଭାଷିନୀ ମଲ୍ଲିକ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ଦୀନବନ୍ଧୁ ବେଜ ମଞ୍ଚ ପରିଚାଳନା କରିଥିଲେ ସନତ ସରକାର,ମନୀଷା ବେପାରୀ, ଲକ୍ଷ୍ମଣ ମାଡ଼କାମୀ ପିୟୁସ ବିଶ୍ଵାସ, ଆନନ୍ଦ ଅଧିକାରୀ, ଅସୀମା ଦାସ, ଟ୍ରାନ ଗାଇନ, ତାପସ ସର୍ଦ୍ଦାର, ପ୍ରେମାଂଶୁ ସରକାର, ଚନ୍ଦ୍ର ବାଟେ, ଗୌରଚନ୍ଦ୍ର ବିଶ୍ଵାସ, ଚିନ୍ମୟ ବିଶ୍ବାସ, ସୁକାନ୍ତ କୁମାର ମୁଜୁମଦାର, ପୁଷ୍ପଲତା ଜେନା, ଯମୁନା ମୁଦୁଲି, ଅଭିଜିତ ଅଧିକାରୀ, ବିଜୟ ମାଡ଼କାମୀ, ଧନପତି କବାସି, ରଂଜନ ଗାଇନ, ନିଖିଲ ବାନାର୍ଜୀ, ଗୌରଚନ୍ଦ୍ର ଭୂମିଆ, ରାମକୃଷ୍ଣ ଦଣ୍ଡସେନା, ଦେବେନ୍ଦ୍ର ମାଡ଼କାମୀ, ରମେନ ଦନ୍ତକେଲା, ସନାତନ ବରଜା, ଦାନବନ୍ଧୁ ବେଜ, ନିରଞ୍ଜନ ମହାପାତ୍ର, ହେମନ୍ତ କୁମାର ସାହୁ, ସମୀର କାନ୍ତ ତ୍ରିପାଠୀ, ରୁବିତା ମହାରଣା, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବା ବେଳେ ଭୀମା ମାଡ଼କାମୀ ଏବଂ ରମେଶ ଚନ୍ଦ୍ର ଭୂୟାଁ ଶିବିରକୁ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post