କୁଚିପାଲିର ପ୍ରସିଦ୍ଧ ଜୁଗାର ଯାତ୍ରା: ମା ଙ୍କୁ ଲାଗିହେଲା ହଜାରେ ରୁ ଅଧିକ ଯୁଗାର

4

ସୋହେଲା :-ଧାର୍ମିକ ଭକ୍ତି ଓ ଲୋକସଂସ୍କୃତିର ଅପୂର୍ବ ମିଶ୍ରଣରେ ଏବର୍ଷ ରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଅନ୍ତର୍ଗତ କୁଚିପାଲି ଗ୍ରାମର ପ୍ରସିଦ୍ଧ ଜୁଗାର ଯାତ୍ରା ଭବ୍ୟ ଭାବରେ ସମ୍ପନ୍ନ ହୋଇଯାଇଛି। ଦିନଟି ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ମା’ କାଳୀଙ୍କ ଭକ୍ତିର ଦିନ — ଭକ୍ତି, ଉତ୍ସାହ ଓ ଏକତାର ସମାଗମ ହେଲା ଏହି ପବିତ୍ର ଅବସର। ଗ୍ରାମର ପରିବେଶ ମନ୍ତ୍ର ଓ ଘଣ୍ଟାଧ୍ୱନିରେ ମନୋମୁଗ୍ଧକାରୀ ହୋଇଯାଇଥିଲା। ମହିଳାମାନେ ନିଜ ଘର ଆଗରେ ରଙ୍ଗୋଲି ଅଙ୍କି ଦୀପ ଜଳାଇଥିଲେ। ଯୁବମାନେ ଜୁଗାର ଯାତ୍ରା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ଗ୍ରାମର ପ୍ରତିଟି ଗଲି, ପ୍ରତିଟି ଘର ଏକ ଉତ୍ସବମୁଖୀ ରୂପ ନେଇଥିଲା।
ପରମ୍ପରାକ୍ରମେ ଅପରାହ୍ନ ୨ଟାରୁ ଶ୍ରୀବସ୍ଥ ସାଙ୍କ ଘରୁ ୨୧ ତାମ୍ବି ଧାନରେ ତିଆରି ହୋଇଥିବା ମୁଖ୍ୟ ଜୁଗାର ବାହାରିଲା। ଜୁଗାର ଯାତ୍ରା ମା’ଙ୍କ ମନ୍ଦିର ଅଭିମୁଖେ ଗ୍ରାମ ପରିକ୍ରମା କରୁଥିଲେ। ଏହି ଶୋଭାଯାତ୍ରା ମାନବୀୟ ଉତ୍ସାହ ଓ ଆସ୍ଥାର ଜୀବନ୍ତ ଦୃଶ୍ୟ।
ସହସ୍ର ଜୁଗାର ସହିତ ଭକ୍ତମାନେ “ଜୟ ମା’ କାଳୀ” ଧ୍ବନିରେ ଆକାଶ ମୁହାଁ ହୋଇ ଦେଉଥିଲେ। ଦୁଲଦୁଲି, ମେଲୋଡି, କଲଙ୍ଗି, ସଂଚାର, ଢାଙ୍କା, ସଂପ୍ରଦା, ଅଘୋରୀ, ଘଣ୍ଟବାଦ୍ୟ, ବ୍ଲେକ କୋବ୍ରା, କଟପା, ଦଣ୍ଡାପାର୍ଟି ଓ ଦେବୀ ନୃତ୍ୟ ସହିତ ୨୫ରୁ ଅଧିକ ଲୋକନୃତ୍ୟ ଦଳ ଏଥିରେ ଅଂଶ ନେଇଥିଲେ।
ତାଳ-ଲୟ-ଭକ୍ତି ଓ ଉତ୍ସାହ ମିଶି ଗ୍ରାମକୁ ଏକ ଜୀବନ୍ତ ଉତ୍ସବ ମଞ୍ଚରେ ପରିଣତ କରିଦେଇଥିଲା।
ପଣ୍ଡିତ ଗୌରୀଶଙ୍କର ଦେବତା, ସନକ ଦେବତା ଓ ରମେଶ ଦାଶଙ୍କ ନେତୃତ୍ୱରେ ପୂଜାକାର୍ଯ୍ୟ ସଂପାଦନ ହୋଇଥିଲା। ମାମିନା ସା ଓ ଶୁଭ୍ରାଂଶୁ ସାହୁ ଏବର୍ଷ ରେ କର୍ତ୍ତା ଦାୟିତ୍ୱ ନିବାହ କରିଥିଲେ। ମନ୍ତ୍ରଧ୍ୱନି, ଧୂପ, ଦୀପ ଓ ପୁଷ୍ପର ସୁଗନ୍ଧରେ ମା’ଙ୍କ ମନ୍ଦିର ଭକ୍ତିମୟ ହୋଇଯାଇଥିଲା।
ଓଡ଼ିଶା ଓ ଛତିଶଗଡ଼ ସୀମାଅଞ୍ଚଳରୁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଆସିଥିଲେ। “ହରିବୋଲ” ଓ “ହୁଳହୁଳି” ଧ୍ବନିରେ ସାରା ଆକାଶ ମହିମାମୟ ହୋଇଯାଇଥିଲା। ଭକ୍ତମାନେ ଜୁଗାର ଉଠାଇ ନିଜ ଭକ୍ତିର ପ୍ରତିକ ଭାବେ ମା’ଙ୍କୁ ଅର୍ପଣ କରୁଥିଲେ।
ମହିଳାମାନଙ୍କ ହାତରେ ପିତଳ ଓ ତାମ୍ବାର ଦୀପ, ପୁରୁଷମାନଙ୍କ ହାତରେ ଜୁଗାର ଓ ଧ୍ୱଜ — ଏକ ଜୀବନ୍ତ ଭକ୍ତିଚିତ୍ର ରୂପ ନେଇଥିଲା କୁଚିପାଲି ଗ୍ରାମ।
ଭିଡ଼କୁ ଦୃଷ୍ଟିରେ ରଖି ପଦ୍ମପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୋହେଲା ଥାନା ଅଧିକାରୀ ସହ ଏକାଧିକ ଦଳ ରାତିଦିନ ପହାରା ଦେଉଥିଲେ। ଭକ୍ତମାନଙ୍କ ସୁବିଧା ପାଇଁ ଜଳ, ପ୍ରସାଦ ଓ ଚିକିତ୍ସା ସହାୟତା କେନ୍ଦ୍ର ସ୍ଥାପିତ ହୋଇଥିଲା।
ଏହି ଅବସରରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ବଳିପ୍ରଥା ବିରୋଧରେ ଆରମ୍ଭ ହୋଇଥିବା ଏହି ଅଭିନବ ଧାରାକୁ ପ୍ରଶଂସା କରିଥିଲେ। ସେ କହିଥିଲେ —
“ମା’ କାଳୀ ଭକ୍ତି ଓ ଶକ୍ତିର ପ୍ରତୀକ। ଆମେ ଯେତେବେଳେ ଅନ୍ୟଙ୍କ ଭଲ ପାଇଁ କାମ କରୁ, ସେହି ମହାଶକ୍ତି ଆମ ମନ ଭିତରେ ଜାଗୃତ ହୁଏ।”
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୋହେଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ବବି ପଧାନ, ସରପଞ୍ଚ ସୁଜାତା ପଣ୍ଡା, ବରିଷ୍ଠ ନେତା ସୁଶାନ୍ତ ମିଶ୍ର, ପ୍ରଫୁଲ୍ଲ ପଧାନ ଓ ଇମ୍ରାନ ଖାନ ଆଦି ଉପସ୍ଥିତ ଥିଲେ। ସେମାନେ ଗ୍ରାମବାସୀଙ୍କ ଏକତା, ଶୃଙ୍ଖଳା ଓ ଧାର୍ମିକ ଶୂଚିତାକୁ ପ୍ରଶଂସା କରିଥିଲେ।
ଏବର୍ଷ ରେ ବିଭିନ୍ନ ଆକୃତି ଓ ଡିଜାଇନର ଜୁଗାର ଅନେକଙ୍କ ଆକର୍ଷଣର କେନ୍ଦ୍ର ଥିଲା। କେଉଁଠି ନାଗ-ନାଗିନ ଆକୃତି, କେଉଁଠି ମା’ କାଳୀ ର ଚତୁର୍ଭୁଜ ରୂପ; କେଉଁଠି ଜଳ ଭିତରେ ତରି ଆକୃତି, ତ କେଉଁଠି ଦେବୀ ଦୁର୍ଗା ଓ ମହିଷାସୁର ର ସଂଘର୍ଷ ଦୃଶ୍ୟ — ଏହି ସବୁ ଜୁଗାର ଦେଖି ଲୋକମାନେ ମୁଗ୍ଧ ହୋଇଯାଉଥିଲେ।
ଜୁଗାର ନିର୍ମାଣକାରୀ ଯୁବମାନେ ଏହାକୁ କେବଳ ପରମ୍ପରା ନୁହେଁ, ଏକ ସାଂସ୍କୃତିକ ସୃଜନା ଭାବେ ନେଇଥିଲେ।
ସଂଧ୍ୟାବେଳେ ଜୁଗାର ମହୋତ୍ସବର ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ମା’ଙ୍କ ଆଶୀର୍ବାଦ ସହ ଆସନ୍ତା ବର୍ଷ ପାଇଁ ନୂଆ ଯୋଜନା ଓ ଉଦ୍ୟମ ଉପରେ ଆଲୋଚନା ହୋଇଥିଲା।
ପୂଜା କମିଟି ସଭାପତି ଲୋକେଶ୍ଵର ସିଂ ବରିହା, ଉପସଭାପତି ଲବେଶ ଅଗ୍ରୱାଲ, ସଂପାଦକ ପବିତ୍ର ବେହେରା, ସହସଂପାଦକ ଅନନ୍ତ ମେହେର, କୋଷାଧ୍ୟକ୍ଷ ସୁରୁବାବୁ ଚୌହାନ, ସହକୋଷାଧ୍ୟକ୍ଷ ପପୁ ବେହେରା, ବସନ୍ତ ଚୌହାନ, ଉପଦେଷ୍ଟା ଲିଙ୍ଗରାଜ ପଧାନ, ନବୀନ ସାହୁ, ଉପେନ୍ଦ୍ର ପଧାନ, ଧନପତି ସାହୁ, ଶାନ୍ତ ପଧାନ, ବସନ୍ତ ମେହେର, ମନୋଜ ରଣା, ଧୀରେନ୍ଦ୍ରନାଥ ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ରସିଦ ଖାଁ, ସୁଶାନ୍ତ ବାରିକ, ଗିରୀଶ ବିଶ୍ବାଳ, ଶିଶିର କଠାର ଆଦିଙ୍କ ସହ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ସମିଲି ଏହାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିଥିଲେ।
କୁଚିପାଲି ଜୁଗାର ଯାତ୍ରା କେବଳ ଏକ ପୂଜା ନୁହେଁ, ଏହା ଏକ ଭକ୍ତି, ସାମ୍ପ୍ରଦାୟିକ ସଂହତି ଓ ସଂସ୍କୃତିର ପର୍ବ। ଯେଉଁଠାରେ ମା’ କାଳୀ ଭକ୍ତିରେ ମିଳିଥାଏ ଏକତାର ଶକ୍ତି। ଆଲୋକ, ଆସ୍ଥା ଓ ଶାନ୍ତିର ଏହି ମହୋତ୍ସବ ଗ୍ରାମକୁ ନୁହେଁ, ସମଗ୍ର ଅଞ୍ଚଳକୁ ଏକ ନୂତନ

Leave A Reply

Your email address will not be published.