ମହା ଧୁମଧାମ୍ ରେ ପାଳିତ ହେଲା ଚିତ୍ରଗୁପ୍ତ ପୂଜା।

4

ପଦ୍ମପୁର:- ସ୍ଥାନୀୟ ରାଜାଜି ଟାଉନ୍ ହଲ୍ ଠାରେ କରଣ ସମାଜ ତରଫରୁ ଚିତ୍ରଗୁପ୍ତ ପୂଜା ମହା ଧୁମଧାମ ରେ ପାଳିତ ହୋଇଯାଇଛି। ପ୍ରଥମେ ସମାଜର ସମସ୍ତ ସଦସ୍ୟ ଘଣ୍ଟବାଦ୍ୟ ସହ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ।ପଣ୍ତିତ ଆତ୍ରହିଭଞ୍ଜନ ପାଣଗ୍ରାହୀ ପୂଜାକାର୍ଯ୍ୟ କରିଥିବା ବେଳେ ପୂଜା କର୍ତ୍ତା ମନୋଜ ମହାନ୍ତି ସପତ୍ନିକ୍ ଦାୟିତ୍ଵ ବହନ କରିଥଲେ। ପରେ ଚିତ୍ରଗୁପ୍ର କଲ୍ୟାଣ ସଂଘ ତରଫରୁ ସଭାପତି ଶିରିଶ କୁମାର ବହିଦାର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମ୍ପାଦକ ଅଶୋକ କୁମାର ବହିଦାର ବାର୍ଷିକ ବିବରଣୀ ପାଠ କରିଥିଲେ।ବିଗତ ବର୍ଷର ଆୟବ୍ୟୟ ର ହିସାବ ଓ ମନ୍ଦିର ନିର୍ମାଣ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ଆଲୋଚନା ହୋଇଥିଲା। ପରେ ନୂତନ କର୍ମକର୍ତ୍ତା ଚୟନ ହେଇଥିଲା। ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ବହିଦାର, ପ୍ରିତେଶ ବହିଦାର, ବିଜୟ ବହିଦାର, ଶେଷଦେବ ପଟ୍ଟନାୟକ, ସନ୍ତୋଷ ବହିଦାର, ଅଖିଳ ପଟ୍ଟନାୟକ, ଶୈଳେଶ ମହାନ୍ତି, ଇସାନ କାନୁନଗୋ, ସୁରଞ୍ଜିତ୍ ବହିଦାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସଂଘ ଉପସଭାପତି ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.