ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫

4

ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ ଶିଖରପୁରର ଦଳଗତ ନୃତ୍ୟ ଜିଲ୍ଲାକୁ ଉନ୍ନିତ

ଓଡ଼ଗାଁ,୨୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ ଶିଖରପୁର ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଜିଲ୍ଲା ସ୍ତରକୁ ଉନ୍ନିତ ହୋଇଛି । ଲୋକ କଳା ଓ ସମୃଦ୍ଧ ଓଡିଶା ବିଷୟ ଭିତ୍ତିକ ୧୫ ଗୋଟି ଆଞ୍ଚଳିକ ସାଧନକେନ୍ଦ୍ରରୁ ପ୍ରବନ୍ଧ, ବକ୍ତୃତା, ତର୍କ, ସଙ୍ଗୀତ, ସୃଜନଶୀଳ ଲିଖନ, ସୁନ୍ଦର ହସ୍ତାକ୍ଷର, ଶ୍ରୁତଲିଖନ, ଚିତ୍ରାଙ୍କନ, ଚିତ୍ରକଳା ଓ ମଧ୍ୟାହ୍ନଭୋଜନ ଶିଳ୍ପକଳା, ଦିବ୍ୟାଙ୍ଗର ସଙ୍ଗୀତ ଓ ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାରୁ ବରିଷ୍ଠ ଓ କନିଷ୍ଠ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ୫୧୦ କୃତି ପ୍ରତିଯୋଗୀ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଏବଂ ଉଦଯାପନୀ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ ପିଣ୍ଟୁ ପ୍ରଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲ୍ଲିକ, ହରିହରପୁର ସରପଞ୍ଚ ବିଳାସିନୀ ଦେଇ, ରଶ୍ମି ରଂଜନ ମିଶ୍ର ପ୍ରଧାନ, ଶିକ୍ଷକ ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳ, ଭକ୍ତ ରଞ୍ଜନ ମିଶ୍ର ସମ୍ପାଦକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ନରେଶ ପାଣିଗ୍ରାହୀ ସଭାପତି ବ୍ଲକ ପ୍ରାଥମିକ ବିଦ୍ୟାଳୟ, ଭଗବାନ ସାହୁ ବ୍ଲକ ସମ୍ପାଦକ ଓସ୍ତା, ଜୟକୃଷ୍ଣ ପ୍ରଧାନ ସଭାପତି ଏକ୍ସ କ୍ୟାଡ଼ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ସଭାକୁ ସଞ୍ଜୋଜନା କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ରଣପୁର ବିଧାୟକ ତଥା ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷୀ ସାହୁ, ଚିନ୍ମୟୀ ଦାଶ, ଝିଲି ପ୍ରଧାନ, ଶସରଣକୁଳ ସରପଞ୍ଚ ମିନାକ୍ଷୀ ସାହୁ, ଗୋଡ଼ିପଡା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ବିଦ୍ୟାଳୟ ଏସଏମସି ସଭାପତି ମାନସ ନାୟକ ପ୍ରମୁଖ ଉପସ୍ଥିତିରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସମସ୍ତ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ଉନ୍ନିତ ହୋଇଥିଲେ । ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ, ସମସ୍ତ ଶିକ୍ଷକ ସଂଘର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସ୍କାଉଟ, ଗାଇଡ଼ ଓ କଲରପାର୍ଟି ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ଶୃଙ୍ଖଳା ରକ୍ଷା କରିଥିଲେ।

Leave A Reply

Your email address will not be published.