ଗଜପତିରେ କେ. ନାରାୟଣ ରାଓ ଙ୍କୁ ବିପୁଳ ସମ୍ୱର୍ଦ୍ଧନା

4

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଙ୍କୁ ରାଜ୍ୟ ବିଜେପି ପକ୍ଷରୁ ମିଳିଛି ବଡ଼ ଦାୟିତ୍ଵ। ରାଜ୍ୟ ବିଜେପିରେ ମନମୋହନ ସାମଲ ଦ୍ଵିତୀୟ ବାର ରାଜ୍ୟ ସଭାପତି ହେବା ପରେ ତାଙ୍କ ନୂତନ ଟିମ୍ ଘୋଷଣା କରାଯାଇଛି।
ଏଥିରେ ଅବିଭକ୍ତ ଗଂଜାମ ଜିଲ୍ଲାରୁ ଜଣେ ମାତ୍ର ନେତା ଭାବେ ଗଜପତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଙ୍କୁ ଉପ ସଭାପତି ଭାବେ ଚୟନ କରାଯାଇଅଛି। ଘୋଷଣା ହେବା ପରେ ଆଜି (ବୁଧବାର ) ଗଜପତି ଜିଲ୍ଲାରେ ପହଞ୍ଚିଥିଲେ ନାରାୟଣ ରାଓ। ଜିଲ୍ଲା କୁ ପ୍ରବେଶ କରିବା ମାତ୍ରେ ଲାବଣ୍ୟଗଡ ଠାରେ ହଜାର ହଜାର କର୍ମୀ ତାଙ୍କୁ ସେଠାରେ ସ୍ବାଗତ କରି ଗାରବନ୍ଧ , ଗୁରାଣ୍ଡି , ରାଜୁପୁର , ଉପଲଡା ଆଦି ପଞ୍ଚାୟତ ରେ ସ୍ଥାନେ ସ୍ଥାନେ ତାଙ୍କ ଶୁଭେଛୁ ଓ ଦଳୀୟ କର୍ମୀ ମାନେ ଅପେକ୍ଷା କରି ଶୁଭେଚ୍ଛା ଜଣାଇଥିଲେ। ପରେ ପାରଳାଖେମୁଣ୍ଡି ସହରରେ ମଧ୍ୟ ବିରାଟ ପଟୁଆର ରେ ପରିକ୍ରମା କରି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ନାରାୟଣ। ବିଜେପି କର୍ମୀ ଓ ନେତାମାନେ ଖୁସି ପ୍ରକଟ କରି ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନବ କିଶୋର ଶବର , ସମସ୍ତ ମଣ୍ଡଳ ସଭାପତି , ମୋହନା ନିର୍ବାଚନ ମଣ୍ଡଳୀର ଅନେକ ନେତାଙ୍କ ସମେତ ଜିଲ୍ଲା ଯୁବ ମୋର୍ଚ୍ଚା , ଓବିସି ମୋର୍ଚ୍ଚା , ଦଳୀୟ କର୍ମୀ ସାମିଲ୍ ହୋଇଥିଲେ।

Leave A Reply

Your email address will not be published.