
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗୋଟିଏ ଗୋଟିଏ, ଥରେ ଥରେ ଦୁଇରୁ ଅଧିକ ଏପରି ଭାବରେ ବର୍ତ୍ତମାନ ସୁଦ୍ଧା ଭଞ୍ଜନଗର ପୋଲିସ ମୋଟ ୨୨ଟି ବନ୍ଧୁକ ଜବତ କରିଥିବା ବେଳେ ଆଜି ପୁଣି ଆଉ ୨ଟି ବନ୍ଧୁକ ଜବତ କରିଛି। ସୂଚନା ଅନୁସାରେ ଆଜି ଭଞ୍ଜନଗର ପୋଲିସ ଦିନରେ ପେଟ୍ରୋଲିଂ କରୁଥିବା ସମୟରେ ଏସ୍ ଆଇ ଲାଷ୍ମୀଧର ମହାନ୍ତି ଏବଂ ପୋଲିସ ଟିମ୍ ମା’ ସୋରଦେବୀ ମନ୍ଦିର ନିକଟରେ ୨ ଜଣ ଯୁବକ ଙ୍କୁ ଦେଖି ସନ୍ଦେହ ହେବାରୁ ସେମାନଙ୍କ ତଲାସୀ ନେବାରେ ଉଭୟଙ୍କ ଠାରୁ ୨ଟି ବେଆଇନ ଦେଶୀ ବନ୍ଧୁକ ଏବଂ ଗୋଟିଏ ଖାଲି ଖୋକା ଜବତ କରିଥିଲେ। ସେମାନେ ହେଲେ ସ୍ଥାନୀୟ ଭେଜିପୁଟର ଶଙ୍କର ସ୍ୱାଇଁ ଏବଂ କେନାଲ ସାହିର ପିଣ୍ଟୁ ସ୍ୱାଇଁ (୩୦)।ସେମାନଙ୍କୁ ଜବତ ହୋଇଥିବା ବନ୍ଧୁକ ସମ୍ପର୍କରେ ଅଧିକ ପଚରାଉଚରା ପରେ ଏହି ବେଆଇନ ଅସ୍ତ୍ରଶସ୍ତ୍ର ଗୁଡ଼ିକ ଭେଜିପୁଟର ଦିବାକର ପଟ୍ଟନାୟକ (୩୦) ଠାରୁ ଆଣିଥିବା କହିଥିଲେ। ପରବର୍ତ୍ତୀ ସମୟରେ ବନ୍ଧୁକ ଯୋଗାଣକାରୀ ଦିବାକର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି।ଏସଂକ୍ରାନ୍ତରେ କେସ ନଂ ୧୧୬୫/୨୫ରେ ଏକ ମାମଲା ରୁଜୁ କରି ସମସ୍ତ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.