ପଦ୍ମପୁର:- ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିର ରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ଗତକାଲି କଳସ ଶୋଭାଯାତ୍ରା ପରେ ଆଜି ଚଣ୍ଡି ହୋମ, କାକରା ଭୋଗ ଓ ୧୦୮ଦୀପ ଦାନ କରାଯାଇଥିଲା । ପଣ୍ଡିତ ଟିକୁ ନାୟକ ପୂଜାର୍ଚ୍ଚନା କରିଥିବା ବେଳେ ହିମାଂଶୁ ଶେଖର ଯୋଶୀ ସପତ୍ନିକ କର୍ତ୍ତା ଦାୟୀତ୍ବ ବହନ କରିଥିଲେ। କମିଟି ର ସଭାପତି ଶିବରାମ ବୈକାର, ସମ୍ପାଦକ ତାପସ ନାୟକ କୋଷାଧ୍ୟକ୍ଷ ଗଜାନନ୍ଦ ଶର୍ମା, ବିନୋଦ ବିହାରୀ ମିଶ୍ର, ପ୍ରଭାତ ମହାପାତ୍ର, ଚିତ୍ତରଞ୍ଜନ ଦାଶ, ଶାଶ୍ଵତ ଦାଶ, ରମାକାନ୍ତ ବହିଦାର, ଏବଂ ସୋମ୍ୟାଜିତ ପାଢ଼ୀ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା କାଲି ବ୍ୟାସ ପ୍ରତ୍ୟୁଷ ମିଶ୍ର ଙ୍କ ଦ୍ଵାରା ସୁଣ୍ଡରାକାଣ୍ଡ ପରାୟଣ ଓ ଜୁଗାର ଯାତ୍ରା ଅନୁଷ୍ଠିତ ହେବ।
Sign in
Sign in
Recover your password.
A password will be e-mailed to you.