ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗୋବରା ଗାନ୍ଧୀ ଭାବେ ପରିଚିତ ଘୁମୁସର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଗୋବରା ବିଶ୍ୱଭାରତୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ସ୍ମୃତି କମିଟି ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ, ବିଶ୍ୱଭାରତୀ, ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋବରା ମୁଖ୍ୟ ସଡ଼କରେ ଥିବା ବାଞ୍ଛାନିଧି ପଟ୍ଟନାୟକ ଏବଂ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ବିଶ୍ୱ ଭାରତୀ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟର ରସାୟନ ବିଭାଗ ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବାଞ୍ଛାନିଧି ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ଏହା ସହିତ ଅଧ୍ୟାପକ ଡ. ସ୍ଵାଇଁ ବିଭିନ୍ନ ଶାସ୍ତ୍ର ଆଧାରରରେ ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକ ଏବଂ ନୈତିକ ଜୀବନ ଶୈଳୀ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ I ତାଙ୍କର ଉଚ୍ଚକୋଟୀର ବକ୍ତବ୍ୟ ଉପସ୍ଥିତ ଶ୍ରୋତାଙ୍କୁ ଦୀର୍ଘ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ମନ୍ତ୍ର ମୁଗ୍ଧ କରି ବାନ୍ଧି ରଖିଥିଲା I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ପ୍ରାକ୍ତନ ସରପଞ୍ଚ ପ୍ରହଲ୍ଳାଦ ଲେଙ୍କା,ବାଞ୍ଛାନିଧି ପଟ୍ଟନାୟକଙ୍କ ନାତି ସୁଜାତ ପଟ୍ଟନାୟକ, ସ୍ଥାନୀୟ ସମିତିସଭ୍ୟ ବିଭୂପାଦ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ I ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭୂପାଦ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମକୁ ଅଧ୍ୟାପକ ସନ୍ତୋଷ କୁମାର ବିଶ୍ୱାଳ, ଗୋପାଳ ଚନ୍ଦ୍ର ଲେଙ୍କା, ନାଏବ ସରପଞ୍ଚ କାର୍ତ୍ତିକ୍ ପ୍ରଧାନ, ଶିକ୍ଷାବିତ ତ୍ରିଲୋଚନ ପ୍ରଧାନ, ଚନ୍ଦ୍ର ଶେଖର ପଣ୍ଡା, ବାବୁ ବେହେରା, ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ,ନଳିନୀ କାନ୍ତ ଶର୍ମା ଏବଂ ଡ.ରତ୍ନ ସାଗର ମଳିକ ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.