କେନ୍ଦୁଝର,ତା୧୯/୧୦- ମୈଦାନକେଲ ପଂଚାୟତର ହରିହରପୁର ଓ ଡିମ୍ବୋ ପଂଚାୟତର ଚକ,ନୂଆସାହି ଠାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆତ୍ମ ଜୀବନୀ ଏବଂ ସେବା କାର୍ଯ୍ୟକ୍ରମ ଆଧାରିତ “ଗୋପକଥା” ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂଯୋଜନାରେ ଓଡିଶା ଗାନ୍ଧୀ ବିଚାର ପରିଷଦ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ, ସ୍ୱସ୍ତି ଫାଉଣ୍ଡେସନ, ସଂଯୋଗ, ସିନ୍ଦୁରଗୌରୀ ବନଧନ ବିକାଶ କେନ୍ଦ୍ର, କାଳୀ ରୁକ୍ଷୀ କୃଷକ ଉତ୍ପାଦକ ସଂଗଠନ ସହାୟତାରେ ବିଭିନ୍ନ ସ୍ଥାନରେ ଗୋପ କଥା ଅନୁଷ୍ଠିତ ହୋଇଛି।ଛାତ୍ରଛାତ୍ରୀ, ମହିଳା ସଂଗଠନ ସଦସ୍ୟା, କୃଷକ ଭାଇଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ବରିଷ୍ଠ ଟ୍ରଷ୍ଟି ଡକ୍ଟର ବିମ୍ବାଧର ବେହେରା ମୁଖ୍ୟ ବକ୍ତା, ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ଅଧକ୍ଷ ତଥା ଗାନ୍ଧୀ ତତ୍ତ୍ୱବିତ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାକ୍ଷୀଗୋପଳ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା ଓ ଗୁରକୂଳ ଢାଞ୍ଚାରେ ସଂସ୍କୃତିର ସୁରକ୍ଷା ପାଇଁ ଶିକ୍ଷା ଦାନ,ଆଦର୍ଶ ଛାତ୍ରଛାତ୍ରୀ ନିର୍ମାଣ, ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ସାହିତ୍ୟ ସୃଷ୍ଟିକରିବା, ନିଶା ମୁକ୍ତ ସମାଜ ଗଠନ, ଅସ୍ପୃଶ୍ୟତା ଓ ଅନ୍ଧବିଶ୍ୱାସକୁ ଦୂରକରିବା ଏବଂ ଦେଶର ସ୍ବାଧୀନତା ପାଇଁ ମହାତ୍ମା ଗାନ୍ଧୀ ଡାକରାରେ କରାବରଣ, ସର୍ବୋପରି ତାଙ୍କ ଲିଖିତ କରା କବିତା ବିଷୟରେ ଚର୍ଚ୍ଚା କରିଥିଲେ। ସରଳ ସହଜ ବୋଧଗମ୍ୟ ଭାଷାରେ କାଳଜୟୀ ଓଡ଼ିଆ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି। ପ୍ରଗତି ଫାଉଣ୍ଡେସନର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତ, ଶ୍ରୀମତୀ କଳ୍ପନା ନାୟକ, କାଞ୍ଚନଲତା ମହାନ୍ତ, ରଞ୍ଜୁଲତା ମହାନ୍ତ, କମଳା ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.