ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତନିଧି):-ଟିଟିଲାଗଡ ଏ.ଆର.ଏମ ଅଧିନସ୍ଥ ହରିଶଙ୍କରରୋଡ ରେଳଷ୍ଟେସନରେ ନିର୍ମିତ ନୂତନ ବାଡ଼ଟିକୁ ଭାଙ୍ଗି ଦାଦନ ଶ୍ରମିକ ଚୋରାଚାଲାଣ ହେଉଥିବା ଚମତ୍କାର ଘଟଣା ପ୍ରକାଶରେ ଆସିଛି। ସ୍ଥାନୀୟ ଦଲାଲମାନେ ନିଜ ଘର ସାମ୍ନାରେ ଥିବା ସୁରକ୍ଷିତ ବାଡ଼ ଗୁଡ଼ିକୁ ଜୋରଜବରଦସ୍ତି ଭାଙ୍ଗି ଦେଇ ରାତ୍ରୀ ସମୟରେ ଚୋରାଚାଲାଣ କରୁଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ସୂତ୍ର ଅନୁସାରେ, ରେଳ ଓ ପୋଲିସ ବିଭାଗ ମଧ୍ୟ ଏହି ଅବୈଧ ଚାଲାଣ ସମ୍ବନ୍ଧରେ ସଚେତନ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତିମୂଳକ ପଦକ୍ଷେପ ନେଉନାହାନ୍ତି। ଏହା ଫଳରେ ଦଲାଲ ମାନଙ୍କର ଚୋରା ଅଭିଯାନ ଦିନକୁ ଦିନ ବଢ଼ି ଚାଲିଛି। ଷ୍ଟେସନ ମାଷ୍ଟର ନିଜେ କହିଛନ୍ତି ଯେ ବାଡ଼ ଭାଙ୍ଗିବା ଦ୍ୱାରା ସାଧାରଣ ଯାତ୍ରୀଙ୍କ ସୁରକ୍ଷାକୁ ଗଭୀର ବିପଦ ହେଉଛି। ଏକ ଘଟଣାରେ ଚଳନ୍ତା ଟ୍ରେନ ରୁ ଜଣେ ଯାତ୍ରୀଙ୍କ ମୋବାଇଲ ଓ ବେଗ ଲୁଟି ନେଇ ଚୋର ଫେରାର ମାରିଥିଲେ ବୋଲି ମଧ୍ୟ ସୂଚନା ମିଳିଛି। ଗତ ଅକ୍ଟୋବର ୧୭ ତାରିଖ ଦିନ IJU (OUWJ) ବଲାଙ୍ଗୀର ସଂଗଠନ ପକ୍ଷରୁ ରେଳଷ୍ଟେସନ ପରିଦର୍ଶନ କରି ଷ୍ଟେସନ ମାଷ୍ଟରଙ୍କ ସହ ଆଲୋଚନା କରାଯାଇଥିଲା। ଏହା ପରେ ୧୮ ତାରିଖ ଦିନ ଟିଟିଲାଗଡ ଏ.ଆର.ଏମ ନିଜେ ଆସି ସମସ୍ତ ଭଙ୍ଗା ବାଡ଼ ଦେଖି ତୁରନ୍ତ ପଦକ୍ଷେପ ନେବାକୁ ସୂଚନା ଦେଇଥିଲେ।
ଗ୍ରାମବାସୀମାନେ କହିଛନ୍ତି ଯେ ଜଙ୍ଗଲ ପଟୁ ଲୁଚାଇ ରଖାଯାଇଥିବା ଦାଦନ ଶ୍ରମିକମାନଙ୍କୁ ଟ୍ରେନ ଆସିବା ସମୟରେ ଭଙ୍ଗା ବାଡ଼ ଦେଇ ଚାଲାଣ କରାଯାଉଛି। ଏହି ଘଟଣା ଦାଦନ ଚୋରାଚାଲାଣ ଜାଳର ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ରକୁ ସୂଚିତ କରୁଛି।
ଦେଖିବାକୁ ବାକି ରହିଲା ଯେ, ଦାଦନ ଋତୁ ସରିବା ପୂର୍ବରୁ ରେଳ ବିଭାଗ ଏବଂ ପୋଲିସ ଏହି ଅବୈଧ ଚାଲାଣ ରୋକିବାରେ କେତେ ତ୍ୱରିତ ହେବ।
Sign in
Sign in
Recover your password.
A password will be e-mailed to you.