ପରିବେଶ ସୁରକ୍ଷା ଦିଗରେ ଆଦିତ୍ୟ ଆଲୁମିନିୟମ୍‌ର ପ୍ରୟାସ

4
  • – ୨୦୦ କେଏଲଡି ଜିରୋ ଲିକୁଇଡ୍ ଡିସ୍ଚାର୍ଜ୍ (ଜେଡ୍ଏଲଡି) ୟୁନିଟ୍‌ ସହ ଆଧୁନିକ ଏମଭିଆର୍ ପ୍ରଣାଳୀ ଶୁଭାରମ୍ଭ

  • – ଶିଳ୍ପ ବର୍ଜ୍ୟବସ୍ତୁ ହ୍ରାସ ଓ ପୁନଃ ଜଳ ବ୍ୟବହାର ଉପଯୋଗୀ ନିମନ୍ତେ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ

ଭୁବନେଶ୍ୱର/ସମ୍ବଲପୁର, ୧୮/୧୦: ଆଦିତ୍ୟ ଆଲୁମିନିୟମ୍‌ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସହଯୋଗୀ ୟୁନିଟ୍‌ ପକ୍ଷରୁ ନିଜର ସସ୍ଥାୟୀତା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ହାସଲ କରିଛି। ଏହି ୟୁନିଟ୍‌ ୨୦୦ କେଏଲଡି କ୍ଷମତା ସମ୍ପନ୍ନ ଜିରୋ ଲିକ୍ୟୁଡ ଡିସଚାର୍ଜ ପ୍ଲାଣ୍ଟକୁ ସଫଳତାର ସହିତ ଶୁଭାରମ୍ଭ ହୋଇଛି । ଏହାଦ୍ବାରା ଆଧୁନିକ ଯାନ୍ତ୍ରିକ ବାଷ୍ପ ପୁନଃଚପ (ମେକାନିକାଲ ଭେପର୍ ରିକମ୍ପ୍ରେଶନ) ବା (ଏମଭିଆର୍) ପ୍ରଯୁକ୍ତି ବ୍ୟବହୃତ ହୋଇଛି। ଯଦ୍ୱାରା ଶିଳ୍ପାନୁଷ୍ଠାନରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ଦୂଷିତ ଜଳକୁ ପୁନଃ ବ୍ୟବହାର ଯୋଗ୍ୟ କରି ଏହାର ସଠିକ୍ ପରିଚାଳନା ଓ ପରିବେଶ ସୁରକ୍ଷା ଦିଗରେ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିବ।
ଏହି ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି ଉମା ନନ୍ଦୁରୀ, ଆଇଏଫ୍ଏସ୍, ପିସିସିଏଫ୍ (କେନ୍ଦୁଲିଭସ୍‌), ଓଡିଶା ଓ ସଦସ୍ୟ ସଚିବ, ଓ ଏସପିସିବି; ଶ୍ରୀ ସୁଦର୍ଶନ ବେହେରା, ଆଇଏଫ୍ଏସ୍, କନଜରଭେଟର ଅଫ ଫରେଷ୍ଟ୍‌ସ୍‌, ସମ୍ବଲପୁର କେନ୍ଦୁଲିଭ ସର୍କଲ; ଡା. ଏସ.ଏନ.ନନ୍ଦା, ଆଞ୍ଚଳିକ ଅଧିକାରୀ, ଏସପିସିବି; ଓ ଇଂ. ହିରଣ୍ୟ କୁମାର ନାୟକ, ଆଞ୍ଚଳିକ ଅଧିକାରୀ, ଝାରସୁଗୁଡା, ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀ ଓ ଆଦିତ୍ୟ ଆଲୁମିନିୟମ୍‌ ପରିଚାଳନା ଦଳର ଶ୍ରୀ ଜେ.ପି. ନାୟକ (ୟୁନିଟ୍ ମୁଖ୍ୟ), ଶ୍ରୀ ଗୁଲସନ ତିୱାରୀ (ସିପିପି ମୁଖ୍ୟ), ଶ୍ରୀ ସନ୍ଦୀପ ସିଂହ (ସ୍ମେଲ୍ଟର ମୁଖ୍ୟ), ଶ୍ରୀ ବିନୋଦ ଠାକୁର (ମାନବ ସମ୍ବଳ ମୁଖ୍ୟ), ଶ୍ରୀ ରଞ୍ଜନ ଜେନା (କ୍ଲଷ୍ଟର ପରିବେଶ ବିଭାଗ ମୁଖ୍ୟ) ଓ ଶ୍ରୀ ଲଳିତ ଚରଣ (ପରିବେଶ ବିଭାଗ ଡିଏଚ) ପ୍ରମୁଖ ଉପସ୍ଥିତ ଥିଲେ।
ଏମଭିଆର୍ ଆଧାରିତ ଜେଏଲଡି ପ୍ରଣାଳୀ ଦ୍ଵାରା ବ୍ୟବହୃତ ହୋଇଥିବା ଦୂଷିତ ଜଳକୁ ବାଷ୍ପ ଓ ସଂଘନୀଭୂତ ପ୍ରଣାଳୀ ଜରିଆରେ ପୁନର୍ବ୍ୟବହାର ଯୋଗ୍ୟ ପୁନଃ ବ୍ୟବହାର ଯୋଗ୍ୟ ଜାଳରେ ପରିଣତ କରେ, ଯାହା ଦ୍ୱାରା ୯୦ରୁ ୯୫ ପ୍ରତିଶତ ଶୁଦ୍ଧ ଜଳ ପୁଣି ପ୍ଲାଣ୍ଟରେ ବ୍ୟବହୃତ ହୁଏ। ଏହି ପ୍ରଣାଳୀ ଦ୍ୱାରା ତରଳ ବର୍ଜ୍ୟବସ୍ତୁ ନିର୍ଗତ ହ୍ରାସ ହେବା ସହିତ ଗଚ୍ଛିତ ଶୁଦ୍ଧ ପ୍ରାକୃତିକ ଜଳ ବ୍ୟବହାର ହ୍ରାସ ହେବାଫଳରେ ଏହା ସମ୍ପୂର୍ଣ୍ଣ ଭାବେ ଜେଏଲଡି ନିୟମାବଳୀ ସହିତ ପୂର୍ଣ୍ଣ ସମାନୁପାତ ରହିଛି।
ପ୍ରାୟ ୨୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ପ୍ରକଳ୍ପ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ସ୍ଥାୟିତ୍ୱତା, ଦକ୍ଷତା ଓ ପୁନଃଚକ୍ରଣ ଅର୍ଥନୀତି ପ୍ରତି ଥିବା ପ୍ରତିବଦ୍ଧତାକୁ ଦୃଢତାର ସହ ସୁଚାଇଚି। ଯାହା କମ୍ପାନୀର ଦୂରଗାମୀ ଲକ୍ଷ “ଜଳ ସକାରାତ୍ମକ” ଲକ୍ଷ୍ୟ ଦିଗରେ ପ୍ରତିଫଳିତ ହୋଇଛି।
ଏମଭିଆର୍ ଆଧାରିତ ଜେଡଏଲଡି ପ୍ରଣାଳୀ ରାଜ୍ୟରେ ଏହା ପ୍ରଥମଥର ପାଇଁ ଆଦିତ୍ୟ ଆଲୁମିନିୟମ୍‌ ୟୁନିଟ୍ ଦ୍ଵାରା କାର୍ଯ୍ୟକାରୀ ହୋଇଥିବାବେଳେ ପରିବେଶ ପରିଚାଳନା ପ୍ରତି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ପ୍ରତିବଦ୍ଧତା ଦର୍ଶାଇଛି। ଏଥିପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ଆଧୁନିକ ପ୍ରଯୁକ୍ତି ସମ୍ପନ୍ନ ପଦକ୍ଷେପ ଗ୍ରହଣ କରି ରାଜ୍ୟ ତଥା ଜାତୀୟ ସ୍ତରରେ ପରିବେଶ ପରିଚାଳନା ଓ ଆଗାମୀ ଉତ୍ତମ ଭବିଷ୍ୟତ ତଥା ଆଲୁମିନିୟମ୍‌ ଶିଳ୍ପ କ୍ଷେତ୍ରରେ ଦାୟିତ୍ୱଶୀଳ ଶିଳ୍ପ ପ୍ରଚଳନ ପାଇଁ ନୂଆ ମାନଦଣ୍ଡ ସୃଷ୍ଟି କରିଛି ।

Leave A Reply

Your email address will not be published.