ଓରମାସ ପକ୍ଷରୁ ଦିପାବଳୀ ଉତ୍ସବ ୨୦୨୫ ଦୀପଷ୍ଟଲ ଉଦଘାଟିତ

4

ଜଗତସିଂହପୁର,ତା-୧୮.୧୦.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ରେ ଓରମାସ ପକ୍ଷରୁ “ଦିପାବଳୀ ଉତ୍ସବ ୨୦୨୫ “ଦୀପଷ୍ଟଲ କୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଛନ୍ତି। ଏହି ଷ୍ଟଲ ରେ ଉତ୍ପାଦକ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ହାତ ତିଆରି ଟେରାକୋଟା ଦୀପ ଯଥା ବୋହୂ ଦୀପ, କଳସ ଦୀପ, ଷ୍ଟାଣ୍ଡ ଦୀପ, ଝାଡୁ , କାଇଁଚ ତିଆରି ଜିନିଷ, ତାଳପତ୍ର ତିଆରି ଗୃହସଜ୍ଜା ଉପକରଣ ଆଦି ବିକ୍ରୟ କରାଯାଉଛି। ଜିଲ୍ଲାପାଳ ଏହି ଦୀପ ଷ୍ଟଲ ଟିକୁ ଯାଇ ଦୀପ କିଣିବା ସହ ଉତ୍ପାଦକ ମାନଙ୍କ ଆର୍ଥିକ ଉନ୍ନତି ରେ ସହାୟକ ହେବାପାଇଁ ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଡେପୁଟି ସି ଇ ଓ ଓରମାସ ଶ୍ରୀମତୀ ମଧୁସ୍ମିତା ସାହୁ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଓରମାସ ତଥା ପୌର ପରିଷଦର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବ ର ଋତୁ ରେ ସୁନ୍ଦର ହାତ ତିଆରି ଦୀପ ତଥା ଗୃହ ସଜା ଉପକରଣ ଜିଲ୍ଲା ବାସୀଙ୍କୁ ଆକୃଷ୍ଟ କରିବ ବୋଲି ଓରମାସ ର ଡେପୁଟି ସି ଇ ଓ ମତପ୍ରକାଶ କରିଥିଲେ।

Leave A Reply

Your email address will not be published.