କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ବ୍ଲକ ଅନ୍ତର୍ଗତ ବାଘିଲୋ ବାବନପୁର ଆଞ୍ଚଳିକ ସାଧନ କେନ୍ଦ୍ରର ସାନଫଗୋଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କ୍ଲଷ୍ଟର ସ୍ତରୀୟ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବାଘିଲୋ ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଜାନକୀ ନାୟକ ଓ ପୂର୍ବତନ ସି-ଆରସିସି ରାମଚନ୍ଦ୍ର ଆଚାର୍ଯ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି, ନୂତନ ସି-ଆରସିସି ଶ୍ରୀ ନିରଞ୍ଜନ ମଲ୍ଲିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ଅତିଥିମାନେ ସୁଭକାମନା ଜଣାଇଥିଲେ।ସଭାର ସଭାପତିତ୍ବ ଡେରାବିଶ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଚିତ୍ତ ରଞ୍ଜନ ଦାସ କରିଥିଲେ। ବାଘିଲୋ ବାବନପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁବାଳା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ନିଜ ଉଦ୍ବୋଧନାରେ ଶିକ୍ଷକମାନଙ୍କ ଶ୍ରମ, ନିଷ୍ଠା ଓ ଶିକ୍ଷା ସେବାକୁ ସ୍ମରଣ କରି ସେମାନଙ୍କ ଜୀବନର ନୂତନ ପର୍ଯ୍ୟାୟ ପାଇଁ ଆଶୀର୍ବାଦ ଜଣାଇଥିଲେ। ଅନୁଷ୍ଠିତ ଏହି ସମାରୋହରେ ସାନଫଗୋଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବଗ୍ରାହୀ ବିଶ୍ଵାଳ, ସହକାରୀ ଶିକ୍ଷକ ସୁଶାନ୍ତ କୁମାର ସ୍ୱାଇଁ, ଭୁଇଁପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ୍ ବିହାରୀ ପାତ୍ର, ଶିକ୍ଷକ ପ୍ରଭଞ୍ଜନ ମିଶ୍ର ସହ ତିଲକପୁର, କୁଅଁରପୁର, ଧରମପୁର, ଦୁମୁକାହାଟ ଓ କାଉପଡା ପ୍ରାଥମିକ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।ସଭା ଶେଷରେ ଅତିଥିମାନଙ୍କୁ ଉପହାର ସମ୍ମାନ ଦେଇ ସମ୍ମାନିତ କରାଯାଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହଭାଗୀତା ଯୋଗେ ଉତ୍ସବଟି ଅନନ୍ୟ ରୂପ ନେଇଥିଲା।ସମାରୋହ ଶେଷରେ ଧନ୍ୟବାଦ ଜଣାଇ ସଭା ଅବସାନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.